Latest Odisha News

ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି…

ନୂଆଦିଲ୍ଲୀ: ୨୪ ବର୍ଷୀୟା ଥାନ୍ୟା ନାଥନ୍ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହେବା ସତ୍ତ୍ୱେ ମଧ୍ୟ ୨୦୨୫ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ପରୀକ୍ଷାରେ ଟପ୍ କରି ଚର୍ଚ୍ଚାରେ ଅଛନ୍ତି। ନାଥନ୍ କେରଳର ପ୍ରଥମ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବିଚାରପତି ହୋଇ ଇତିହାସ ରଚିଛନ୍ତି ଓ ସେ ୨୦୧୯ରେ ରାଜସ୍ଥାନର ବ୍ରହ୍ମାନନ୍ଦ ଶର୍ମାଙ୍କ ପରେ ଭାରତର ଦ୍ୱିତୀୟ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବିଚାରପତି।

ତେବେ ତାଙ୍କ ସଫଳତା ପାଇଁ ସେ ଦୁଇଟି କାରଣ କହିଛନ୍ତି।ପ୍ରଥମ ସମର୍ପଣ ଏବଂ କଠିନ ପରିଶ୍ରମ। ଦ୍ୱିତୀୟରେ ଯେତେବେଳେ ୨୦୨୫ରେ ସୁପ୍ରିମକୋର୍ଟ କହିଥିଲେ ଦୃଷ୍ଟିହୀନ ପ୍ରାର୍ଥୀମାନେ ନ୍ୟାୟିକ ସେବାରୁ ବଞ୍ଚିତ ନୁହନ୍ତି।

୨୦୨୪ରେ ସେ କନ୍ନୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓ କେରଳ ନ୍ୟାୟିକ ସେବାର ୨୦୨୫ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍)ରେ ମାନଦଣ୍ଡ ଅକ୍ଷମତା ଲୋକ ମାନଙ୍କ ମଧ୍ୟରେ ମେରିଟ୍ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ୨୦୨୪ରେ ଓକିଲ ହେବା ପରେ ସେ ବିଚାରପତି ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ପାଠପଢ଼ା ସହ ସେ ତାଙ୍କର ଆଇନ ଅଭ୍ୟାସ ଜାରି ରଖିଥିଲେ।

ସୁପ୍ରିମକୋର୍ଟ ଯେତେବେଳେ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବା ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ ସେ ସେହି ସମୟରେ ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରିଥିବା ନାଥନ୍ କହିଛନ୍ତି। ତେବେ ଏହି ଶୁଣାଣି ଆସିବା ପୂର୍ବରୁ ସେ ପରୀକ୍ଷା ପାଇଁ ଆବେଦନ କରିସାରିଥିଲେ ବୋଲି ସେ କହିଥିଲେ। ଆଇନ ଅଭ୍ୟାସ ତାଙ୍କୁ ଆଇନର ଜଟିଳତା ଏବଂ ବ୍ୟବହାରିକତାକୁ ବୁଝିବାରେ ସାହାଯ୍ୟ କରିଥିଲା। କିନ୍ତୁ ବିଚାରପତି ହେବା ଏକ ଚ୍ୟାଲେଞ୍ଜର ବିଷୟ ଓ ଅଧ୍ୟୟନ ମ୍ୟାଟେରିଆଲ ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବା ନେଇ ସେ କହିଛନ୍ତି। ତାଙ୍କ ପରି ବିଶେଷ ପ୍ରାର୍ଥୀମାନଙ୍କୁ ଅନଲାଇନ୍ ସାମଗ୍ରୀ ଉପରେ ନିର୍ଭର କରିବାକୁ ପଡ଼ିଥାଏ, ଯାହାକି ବହୁତ ସୀମିତ ରହିଥାଏ। ତଥାପି ସେ ନିଜକୁ ଉନ୍ନତ କରିବା ପାଇଁ ପ୍ରତ୍ୟେକ ସୁଯୋଗ ପାଇଥିବାରୁ କୃତଜ୍ଞ ବୋଲି କହିଛନ୍ତି।

 

Leave A Reply

Your email address will not be published.