Latest Odisha News

BREAKING NEWS

ସୁନ୍ଦରୀ ରିୟା ସିଙ୍ଘା ପିନ୍ଧିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ

ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଲେ ରିୟା ସିଙ୍ଘା l ରାଜସ୍ଥାନର ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିଛନ୍ତି ରିୟା ସିଙ୍ଘା l ରିୟାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା । ପ୍ରାୟ ୫୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁତା ହାତେଇଛନ୍ତି ରିୟା l

ଏବେ ରିୟା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ବିଜେତା ହୋଇ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଆୟୋଜନ କରିବେ l ରିୟାଙ୍କୁ ସହ ପ୍ରାନଜଲ ପ୍ରିୟା ପ୍ରଥମ ରନର୍ ଅପ୍ ଘୋଷିତ ହୋଇଥିବାବେଳେ ଛବି ଭର୍ଗ ଦ୍ୱିତୀୟ ରନର୍ ଅପ୍ ଘୋଷିତ ହୋଇଥିଲେ । ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିବା ପରେ ରିୟା ସିଙ୍ଘା କହିଛନ୍ତି, ‘ଆଜି ଟାଇଟଲ୍ ଜିତିବା ପରେ ମୁଁ ବହୁତ କୃତଜ୍ଞ ।’ ଏହି ସ୍ତରରେ ପହଞ୍ଚିବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି । ଏହି ସ୍ତରରେ ପହଞ୍ଚିବା ପରେ, ମୁଁ ନିଜକୁ ଏହି ମୁକୁଟ ପାଇଁ ଯୋଗ୍ୟ ବିବେଚନା କରିପାରିବି । ପୂର୍ବ ବିଜେତାମାନେ ତାଙ୍କୁ ବହୁତ ଅନୁପ୍ରାଣିତ କରିଛନ୍ତି ବୋଲି କହିଛନ୍ତି ରିୟା । ତେବେ ୧୦ ବର୍ଷ ପୂର୍ବେ ଏହି ମଞ୍ଚରେ ବିଜୟୀ ମୁକୁଟ ପିନ୍ଧିଥିଲେ ଉର୍ବଶୀ ରୌତେଲା l

Leave A Reply

Your email address will not be published.