Latest Odisha News

BREAKING NEWS

୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବେ ଏହି ମହିଳା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଚିଲିର ଟେବୁଲ ଟେନିସ ଖେଳାଳି ଝେଙ୍ଗ ଝିୟିଙ୍ଗଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି । ଚୀନରେ ଜନ୍ମ ଗ୍ରହଣ କରିଥିବା ଏହି ଆଥଲେଟ ୧୯୮୯ରେ ଦେଶ ଛାଡି ପଳାଇ ଯାଇଥିଲେ । ସେ ସମୟରେ ଟିଆନମେନ ସ୍କ୍ୱାୟରରେ ଗଣହତ୍ୟା ହେଉଥିବା ବେଳେ ସେ ଲୁଚି ଛପି କରି ଚିଲି ପଳାଇ ଯାଇଥିଲେ । ସେଠାରେ ବ୍ୟାଡମିଂଟନ ଏବଂ ଟେବୁଲ ଟେନିସ ଖେଳିବାରେ ସେ ମନ ଦେଇଥିଲେ । ସେ ପରେ ଟିଟିରୁ ଅବସର ଘୋଷଣା କରିଥିଲେ । ଗତବର୍ଷ ପାନ ଆମେରିକାନ ଗେମ୍ସରେ ସେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ।

ଏଥିସହ ସେ ୩୫ ବର୍ଷ ପରେ ଦକ୍ଷିଣ ଆମେରିକୀୟ ଦେଶ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଝେଙ୍ଗଙ୍କ ମାନ୍ୟତା ଏବେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୫୧ ତମ ସ୍ଥାନ ରହିଛି । ତାଙ୍କର ପଦକ ହାସଲ ସମ୍ଭାବନା କମ ଥିଲେ ମଧ୍ୟ ପରିଣତ ବୟସରେ ସେ ପ୍ରତିଦ୍ୱନ୍ଦ୍ୱୀତା କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି ।

Comments are closed.