ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଧାରା ୩୭୦ ପୁଣି ଜମ୍ମୁକାଶ୍ମୀରକୁ ଫେରିବ । ଏହି ଧାରା ହଟିବା ପରେ କାଶ୍ମୀରରେ ବିବାଦ ଆହୁରି ଜଟିଳ ହୋଇଛି । କାଶ୍ମୀରରେ ଅଶାନ୍ତି ବଢ଼ିଛି । ତେଣୁ ବହୁ ଲୋକ ଧାରା ୩୭୦ ଫେରୁ ବୋଲି ଚାହାଁନ୍ତି । ମେହବୁବା କହିଛନ୍ତି ଯେ ଏହାର ପ୍ରତ୍ୟାହାର କାଶ୍ମୀର ବିବାଦକୁ ଆହୁରି ଜଟିଳ କରିଥିବାରୁ ଏହି ଧାରା ଫେରିବା ନିହାତି ଆବଶ୍ୟକ ।
ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଧାରା ୩୭୦ ହଟିବା ଅସମ୍ଭବ ବୋଲି ମତ ଦେବା ପରେ ମେହବୁବା ଏପରି କହିଛନ୍ତି । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ଗୁଲାମ ନବୀ ଆଜାଦ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ଥିଲା । ଏଠାକାର ବହୁ ଲୋକ ଯେଉଁମାନେ ଜାମ୍ମୁ କାଶ୍ମୀରରେ ଅଛନ୍ତି ସେମାନେ ଧାରା ୩୭୦ ପୁଣି ଲାଗୁ କରିବାକୁ ଚାହାଁନ୍ତି । ମେହବୁବା ଆହୁରି କହିଛନ୍ତି ଯେଉଁଭଳି ଭାବରେ କଂଗ୍ରେସ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରିଥିଲା ଏବଂ ସେମାନଙ୍କ ଅତ୍ୟାଚାରକୁ ସମାପ୍ତ କରିଥିଲା। ସେହିପରି ଲଢ଼ି ଜମ୍ମୁକାଶ୍ମୀରଙ୍କୁ ପୁଣି ଧାରା ୩୭୦ ସେ ଫେରାଇ ଆଣିବେ ।
ଏଠାରେ ସୂଚନାଯୋଗ୍ୟ ଧାରା ୩୭୦ ର ପୁନରୁଦ୍ଧାର ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ଏକ ରାଲିକୁ ଉଦବୋଧନ ଦେଇ କହିଥିଲେ ଗୁଲାମ ନବୀ ଆଜାଦ । ଆଜାଦ କହିଥିଲେ କି ଲୋକସଭାରେ ଏବଂ ରାଜ୍ୟସଭାରେ ଏହି ବିଲ ପାସ ହୋଇଛି ଏହାକୁ ହଟାଇବାକୁ ଯେତିକି ସାଂସଦଙ୍କ ସମର୍ଥନ ଦରକାର ତାହା କାହା ପାଖରେ ନାହିଁ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.