ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଧାରା ୩୭୦ ପୁଣି ଜମ୍ମୁକାଶ୍ମୀରକୁ ଫେରିବ । ଏହି ଧାରା ହଟିବା ପରେ କାଶ୍ମୀରରେ ବିବାଦ ଆହୁରି ଜଟିଳ ହୋଇଛି । କାଶ୍ମୀରରେ ଅଶାନ୍ତି ବଢ଼ିଛି । ତେଣୁ ବହୁ ଲୋକ ଧାରା ୩୭୦ ଫେରୁ ବୋଲି ଚାହାଁନ୍ତି । ମେହବୁବା କହିଛନ୍ତି ଯେ ଏହାର ପ୍ରତ୍ୟାହାର କାଶ୍ମୀର ବିବାଦକୁ ଆହୁରି ଜଟିଳ କରିଥିବାରୁ ଏହି ଧାରା ଫେରିବା ନିହାତି ଆବଶ୍ୟକ ।
ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଧାରା ୩୭୦ ହଟିବା ଅସମ୍ଭବ ବୋଲି ମତ ଦେବା ପରେ ମେହବୁବା ଏପରି କହିଛନ୍ତି । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ଗୁଲାମ ନବୀ ଆଜାଦ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ଥିଲା । ଏଠାକାର ବହୁ ଲୋକ ଯେଉଁମାନେ ଜାମ୍ମୁ କାଶ୍ମୀରରେ ଅଛନ୍ତି ସେମାନେ ଧାରା ୩୭୦ ପୁଣି ଲାଗୁ କରିବାକୁ ଚାହାଁନ୍ତି । ମେହବୁବା ଆହୁରି କହିଛନ୍ତି ଯେଉଁଭଳି ଭାବରେ କଂଗ୍ରେସ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରିଥିଲା ଏବଂ ସେମାନଙ୍କ ଅତ୍ୟାଚାରକୁ ସମାପ୍ତ କରିଥିଲା। ସେହିପରି ଲଢ଼ି ଜମ୍ମୁକାଶ୍ମୀରଙ୍କୁ ପୁଣି ଧାରା ୩୭୦ ସେ ଫେରାଇ ଆଣିବେ ।
ଏଠାରେ ସୂଚନାଯୋଗ୍ୟ ଧାରା ୩୭୦ ର ପୁନରୁଦ୍ଧାର ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ଏକ ରାଲିକୁ ଉଦବୋଧନ ଦେଇ କହିଥିଲେ ଗୁଲାମ ନବୀ ଆଜାଦ । ଆଜାଦ କହିଥିଲେ କି ଲୋକସଭାରେ ଏବଂ ରାଜ୍ୟସଭାରେ ଏହି ବିଲ ପାସ ହୋଇଛି ଏହାକୁ ହଟାଇବାକୁ ଯେତିକି ସାଂସଦଙ୍କ ସମର୍ଥନ ଦରକାର ତାହା କାହା ପାଖରେ ନାହିଁ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.