Latest Odisha News

ହାପିନେସ୍ କ୍ଲାସରେ ମେଲାନିଆ ଟ୍ରମ୍ପ

ନୂଆଦିଲ୍ଲୀ: ହାପିନେସ୍ କ୍ଳାସରେ ଯୋଗ ଦେଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ ସିନିଅର ସେକେଣ୍ଡାରୀ ସ୍କୁଲରେ ପହଂଚିଥିଲେ ମେଲାନିଆ । ସେଠାରେ ତାଙ୍କୁ କୁନି କୁନି ପିଲାମାନେ ତିଲକ ଲଗାଇ ଆଳତି କରି ସ୍ୱାଗତ କରିଥିଲେ । ଏହି ସମୟରେ ସେ ପିଲାମାନଙ୍କ ସହ କଥା ହୋଇଥିଲେ ।
କେଜ୍ରିୱାଲ ସରକାରଙ୍କ ଏହି ହାପିନେସ୍ କ୍ଲାସ ପିଲାଙ୍କୁ କିଭଳି ଅବସାଦ ମୁକ୍ତ ରଖୁଛି ଏବଂ ପାଠ ପଢ଼ାରେ କିଭଳି ସାହାଯ୍ୟ କରୁଛି ସେ ବିଷୟରେ ପଚାରି ବୁଝିଥିଲେ ମେଲାନିଆ । ମେଲାନିଆଙ୍କ ଆଗରେ ସ୍କୁଲର ଶିକ୍ଷୟିତ୍ରୀ ବେଶ୍ ନିଆରା ଢ଼ଙ୍ଗରେ ଗପ କହି ପିଲାଙ୍କ ମନୋରଂଜନ କରି ପାଠ ପଢ଼ାଇଥିଲେ । ପିଲାମାନେ ମଧ୍ୟ ଆମେରିକାର ଫାଷ୍ଟ ଲେଡିଙ୍କୁ ପାଖରେ ପାଇ ବେଶ୍ ଖୁସି ଅନୁଭବ କରିଥିଲେ ।

ଦିଲ୍ଲୀ ସରକାର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ହାପିନେସ୍ କ୍ଲାସ ଲାଗୁ କରିଛନ୍ତି । ଏହା ମାଧ୍ୟମରେ ପିଲାଙ୍କୁ ଯୋଗ, ଧ୍ୟାନ, ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୟର ବିକାଶ କରାଯାଏ । ଏଥିସହ ପିଲାଙ୍କ ନୈତିକ ଶିକ୍ଷା ଉପରେ ଧ୍ୟାନ ଦିଆଯାଏ ।

Leave A Reply

Your email address will not be published.