ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ନିକଟରୁ ୪ର୍ଥ ଟେଷ୍ଟରେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ବ୍ୟସ୍ତ ହୋଇ ପଡିଛନ୍ତି । ସେ କହିଛନ୍ତି ଏହି ପରାଜୟ ଆମକୁ ମାନସିକ ଚାପଗ୍ରସ୍ତ କରାଇଛି । ଆମେ ଦୁଃଖୀତ । ତୁମେ ଯାହା ଚାହୁଁଥିବ ତାହା କରି ନ ପାରିଲେ ହତାଶ ହେବା ସ୍ୱାଭାବିକ । ଆମେ କଡା ସଂଘର୍ଷ ପାଇଁ ପ୍ରସ୍ତୁତ ଥିଲୁ । ଦୁର୍ଭାଗ୍ୟବଶତଃ ଆମେ ଏହା କରିପାରିଲୁ ନାହିଁ । ୫ମ ଟେଷ୍ଟ ପାଇଁ ହାତରେ ଅଳ୍ପ ଦିନ ଅଛି । ଆମେ ପୂନର୍ବାର ମନୋବଳ ବଢ଼ାଇବା ସହ ଦଳଗତ ପ୍ରଦର୍ଶନ ପାଇଁ ଯଥାସମ୍ଭବ ଉଦ୍ୟମ କରିବୁ । ସିରିଜ ଏବେ ବି ଶେଷ ହୋଇନି ବୋଲି ରୋହିତ କହିଛନ୍ତି ।
ଯଶପ୍ରୀତ ବୁମରାହଙ୍କୁ ବୋଲିଂରେ ଭରପୂର ସହଯୋଗ ମିଳୁନି । ସେ ଏକାକୀ ସଂଘର୍ଷ କରୁଛନ୍ତି । ନୀତିଶ କୁମାର ରେଡ୍ଡୀଙ୍କ ପ୍ରଦର୍ଶନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ୫ମ ଟେଷ୍ଟରେ ବିଜୟ ବ୍ୟତୀତ ଆମେ ଆଉ କିଛି ଚିନ୍ତା କରୁନି । ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ ନେଇ ସଂକଳ୍ପବଦ୍ଧ ବୋଲି ରୋହିତ କହିଛନ୍ତି । ନିମ୍ନ ଭାଗରେ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନକୁ ରୋହିତ ପ୍ରଶଂସା କରିଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି ।
Comments are closed.