Latest Odisha News

ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ର ଆଜି ଶୁଭାରମ୍ଭ

ଭୁବନେଶ୍ୱର: ଆଜି ରାମ ନବମୀ। ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌। ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ରେଳଷ୍ଟେସନରୁ ଆଜି ଏହି ଟ୍ରେନ୍‌ର ଶୁଭାରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୩୧ରୁ ଉଭୟ ପାର୍ଶ୍ୱରୁ ଟ୍ରେନର ନିୟମିତ ସେବା ଆରମ୍ଭ ହେବ।

ଟ୍ରେନ୍‌ଟି କେତେବେଳେ ଛାଡ଼ିବ ସେ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ଟ୍ରେନ(୦୮୫୫୫/୦୮୫୫୬) ଭଦ୍ରକରୁ ସକାଳ ୫ଟା ୪୫ରେ ଛାଡ଼ି ପୂର୍ବାହ୍ନ ୧୧ଟା ୫୫ରେ ନୟାଗଡ଼ ଟାଉନରେ ପହଞ୍ଚିବ। ପୁଣି ଫେରିଲା ବେଳେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ରେ ଛାଡ଼ି ଭଦ୍ରକଠାରେ ରାତି ୧୦ଟା ୪୫ରେ ପହଞ୍ଚିବ।

ସୂଚନା ଥାଉକି ଭୁବନେଶ୍ୱର ରେଳଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ରେଳ ମନ୍ତ୍ରୀ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲେ। ଏହି ଅନୁସାରେ ଟ୍ରେନ୍‌ଟି ଚଳାଚଳ କରିବ।

Comments are closed.