ନୟାଗଡ:ନୟାଗଡରେ ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା ।
ମହିଳା ଜଣକ ମାନସିକ ଭିନ୍ନକ୍ଷମ ଏବଂ ସ୍ୱାମୀ ପରିତ୍ୟକ୍ତା । ତେଣୁ ଗାଁ ଦାଣ୍ଡରେ ବୁଲୁଥିବା ଏହି ମହିଳାଜଣକ ରାତି ହେଲେ କାହା ବାରଣ୍ଡରେ ଆଶ୍ରୟ ନେଇଥାନ୍ତି । ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିଲେ ମହିଳାଜଣକ । ସେହି ଗାଁର ପାଣ୍ଡା ନାମକ ଜଣେ ନିଶାଗ୍ରସ୍ତ ଯୁବକ ରାତିରେ ତାଙ୍କୁ ଦୁଷ୍ମର୍ମ କରିବା ପରେ ଛୁରା ମାଡ କରିଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି ।
ରାତିସାରା ଏପରି ଅବସ୍ଥାରେ ସେ ପଡି ରହିଥିଲେ । ସକାଳୁ ସକାଳୁ ପରିବାର ଲୋକେ ଦେଖି ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ପରିବାର ଲୋକଙ୍କୁ ପଚରା ଉଚରା କରୁଛନ୍ତି ।
Comments are closed.