Latest Odisha News

BREAKING NEWS

ଜାଡରେ ଥରୁଛି ଓଡିଶା; ୧୦ ଡିଗ୍ରୀ ତଳେ ୧୬ ସ୍ଥାନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ସୋମବାର ଦିନ ୧୦ ଡିଗ୍ରି ତଳେ ରହିଛି ଓଡିଶାର ୧୬ଟି ସ୍ଥାନର ତାପମାତ୍ରା ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ ସୋନପୁର (୫.୪) ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଏଥିସହିତ ରାଜ୍ୟର ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରୀ, ଟିଟିଲାଗଡ (୬.୫), କୋରାପୁଟ(୯.୨), ବଲାଙ୍ଗିର (୮.୫), ଭବାନୀପାଟଣା (୯), ତାଳଚେର (୯.୪), ସୁନ୍ଦରଗଡ(୮.୫), ସମ୍ବଲପୁର (୮.୭), କେନ୍ଦୁଝର (୭.୪), ଝାରସୁଗୁଡା (୮.୯), ବାରିପଦା (୯.୪), କଟକ (୯.୫), ବାଲେଶ୍ୱର (୮.୫) ଏବଂ ଅନୁଗୁଳ (୫.୬) ରେକର୍ଡ କରାଯାଇଛି ।

ଏହାବ୍ୟତିତ ସୁନ୍ଦରଗଡ ଜିଲ୍ଲାର ବଣାଇ, ଟେନ୍ସା, କୋଇଡା, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ ପଟାଙ୍ଗୀ ଓ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଭଳି ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରବଳ ଶୀତ ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଶରତ ଚନ୍ଦ୍ର ଗଡତିଆ ଏନେଇ କହିଛନ୍ତି, “ଆଇଏମଡି ପକ୍ଷରୁ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲା ପାଇଁ ପ୍ରବଳ ଶୀତ ଲହରୀ ଚେତାବନୀ ଦେଇଛନ୍ତି” । ଏଥିସହିତ ଆଗାମୀ ଜାନୁଆରୀ ୧ ତାରିଖ ଯାଏଁ ବରଗଡ, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ଦେଓଘର ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ଜାନୁଆରୀ ୨ ଓ ୩ ତାରିଖ ବେଳକୁ ରାତ୍ରୀର ତାପମାତ୍ରାରେ ମଧ୍ୟ ହ୍ରାସ ଘଟିବ ।

Leave A Reply

Your email address will not be published.