Latest Odisha News

BREAKING NEWS

ରାଜ୍ୟରେ ୧୦°କୁ ଖସିଲା ତାପମାତ୍ରା, ଜାଣନ୍ତୁ କେଉଁଠି କେତେ… 

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାଜ୍ୟର କିଛି ଜିଲ୍ଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଥିଲା ବେଳେ ଅନ୍ୟ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି।

ସୋମବାର ସକାଳେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି (୧୧ ଡିଗ୍ରୀ ସେଲସିୟସ୍), ଦାରିଙ୍ଗବାଡ଼ି (୧୩.୫ ଡିଗ୍ରୀ ସେଲସିୟସ୍) ଓ ଫୁଲବାଣୀ (୧୪.୫ ଡିଗ୍ରୀ ସେଲସିୟସ୍) ତଥା କୋରାପୁଟ ଓ ନବରଙ୍ଗପୁରରେ (ଉଭୟ ସ୍ଥାନରେ ୧୫ ଡିଗ୍ରୀ ସେଲସିୟସ୍) ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ କମ୍ ରହିଛି। ସେହିପରି ଝାରସୁଗୁଡ଼ାରେ ୧୬.୨ ଡିଗ୍ରୀ ସେଲସିୟସ୍, ହୀରାକୁଦରେ ୧୭.୮ ଡିଗ୍ରୀ ସେଲସିୟସ୍ ଏବଂ କଟକରେ ୧୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୯.୨ ଡିଗ୍ରୀ ସେଲସିୟସ୍ ରହିଛି।

ଏଥିସହିତ ବିଭିନ୍ନ ସ୍ଥାନରେ କୁହୁଡ଼ି ମଧ୍ୟ ଦେଖାଦେଇଛି। ରାଉରକେଲା ଓ ସମ୍ବଲପୁରରେ ଘନ କୁହୁଡ଼ି, ଚାନ୍ଦବାଲିରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଝାରସୁଗୁଡ଼ାରେ ହାଲୁକା କୁହୁଡ଼ି ଅନୁଭୂତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା କମ୍ ରହିବାର ସମ୍ଭାବନା ରହିଛି। ତେବେ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ସହ ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

Leave A Reply

Your email address will not be published.