ଭୁବନେଶ୍ୱର: କଲବଲ କରୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଫୁଲବାଣୀରେ ପ୍ରବଳ ଥଣ୍ଡା । ୪ ଡିଗ୍ରୀ ସେଲସୟିସକୁ ଖସିଛି ସର୍ବନିମ୍ନ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨-୩ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି ।
ଆଜି ରାଜ୍ୟର ୧୦ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଫୁଲବାଣୀରେ ୪, ଦାରିଙ୍ଗିବାଡ଼ି ୬, ଅନୁଗୁଳରେ ୬.୬ ଓ କୋରାପୁଟରେ ରେକର୍ଡ ହୋଇଛି ୭ ଡିଗ୍ରୀ ସେଲସିୟସ ତାପମାତ୍ରା । ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୭.୮ ଡିଗ୍ରୀ ସେଲସିୟସ୍ ।
#୧୦ଡ଼ିଗ୍ରୀ ତଳେ #୧୦ସହର ରେ ପାରଦ, #ଫୁଲବାଣୀ ୪, #ଝାରସୁଗୁଡା ୫.୮ , #ଦାରିଙ୍ଗବାଡି ୬, #ଅନୁଗୁଳ ୬.୬, #କୋରାପୁଟ ୭, #ଭବାନୀପାଟଣା ୭.୮, #ବଲାଙ୍ଗୀର ୮.୮, #ବୌଦ୍ଧ ୯, #କେନ୍ଦୁଝର ୯.୩, ଏବଂ #ସୋନପୁର ୯.୪ଡ଼ିଗ୍ରୀ#କଟକ ୧୧ ଏବଂ #ଭୁବନେଶ୍ୱର ୧୨.୩ ଡ଼ିଗ୍ରୀ pic.twitter.com/RY5K264ELu
— Meteorological Centre, Bhubaneswar (@mcbbsr) December 21, 2020
ସେହିପରି ଭବାନୀପାଟଣାରେ ୭.୮, ବଲାଙ୍ଗିର ୮.୮, ବୌଦ୍ଧ ୯, କେନ୍ଦୁଝର ୯.୩ ଓ ସୋନପୁର ୯.୪ ଓ ଟିଟିଲାଗଡ଼ରେ ପାରଦ ରହିଛି ୧୦ ଡିଗ୍ରୀ ସେଲସିୟସ୍ । କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ସେଲସିୟସକୁ ଖସିଛି । ଆହୁରି ଦୁଇ ତିନି ଦିନ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।
Comments are closed.