Latest Odisha News

BREAKING NEWS

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ଆଜି ବଲାଙ୍ଗିରର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୪୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୮ ଡିଗ୍ରୀ, ତାଳଚେରରେ ୪୧.୬ ଡିଗ୍ରୀ, ସୋନପୁରରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୧.୩ ଡିଗ୍ରୀ, ଅନୁଗୁଳ ଓ ହିରାକୁଦରେ ୪୧.୧ ଡିଗ୍ରୀ, ଭବାନିପାଟଣା, ରାଉରକେଲା ଓ ମାଲକାନଗିରିରେ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୮ ଡିଗ୍ରୀ, ବରଗଡ଼ରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱରରେ ତାପମାତ୍ରା ୩୯.୪ ଡିଗ୍ରୀ ଓ କଟକରେ ୩୮.୫ ଡିଗ୍ରୀ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ । ହିଟୱେଭ ନେଇ ୮ଟି ଜିଲ୍ଲା ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଅନୁଗୁଳ, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସୋମବାର ଠାରୁ ୩ ଦିନ ଯାଏ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି ।

ଏଥିସହ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୁଳ, ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ।

Leave A Reply

Your email address will not be published.