Latest Odisha News

BREAKING NEWS

ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଦୋଷୀ ଆରିଫର ମୃତ୍ୟୁ ଦଣ୍ଡ କାଏମ୍, ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ୨୪ ବର୍ଷ ପୁରୁଣା ଲାଲ କିଲ୍ଲ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫଙ୍କ ଦ୍ଵାରା କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଏହା ହେଉଛି ତାଙ୍କର ଦ୍ୱିତୀୟ ଖାରଜ କରାଯାଇଥିବା ଦୟା ଆବେଦନ।

ନଭେମ୍ବର ୩, ୨୦୨୨ରେ ସୁପ୍ରିମକୋର୍ଟ ଆରିଫର ପୁନର୍ବିଚାର ଆବେଦନକୁ ଖାରଜ କରି ଏହି ମାମଲାରେ ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସମର୍ଥନ କରିଥିଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀ ସମ୍ବିଧାନର ଧାରା ୩୨ ଅନୁଯାୟୀ ଦୀର୍ଘ ସମୟର ବିଳମ୍ବ ହେତୁ ଦଣ୍ଡାଦେଶକୁ କମ୍ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଆବେଦନ କରିପାରିବେ ।

ଅଧିକାରୀମାନଙ୍କ କହିବା ଅନୁସାରେ, ରାଷ୍ଟ୍ରପତିଙ୍କ ପାଖରେ ଆରିଫଙ୍କର କ୍ଷମା ପ୍ରାର୍ଥନା ଆବେଦନ ମେ ୧୫ରେ ଗ୍ରହଣ କରାଯାଇଥିଲା । ମେ ୨୭ରେ ଏହାକୁ ଖାରଜ କରାଯାଇଥିଲା। ମୃତ୍ୟୁ ଦଣ୍ଡାଦେଶକୁ ବଜାୟ ରଖିବା ସହ ଆରିଫଙ୍କ ସପକ୍ଷରେ ସେପରି କୌଣସି ପ୍ରମାଣ ନାହିଁ ଯାହା ତାଙ୍କ ଅପରାଧକୁ ହ୍ରାସ କରିବାରେ ସାହାର୍ଯ୍ୟ କରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା ୨୨ ଡିସେମ୍ବର ୨୦୦୦ ରେ ଲାଲକିଲ୍ଲା ଉପରେ ଆକ୍ରମଣ କରିଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସମେତ ତିନି ଜଣଙ୍କର ପ୍ରାଣହାନି ହୋଇଥିଲା । ଭାରତୀୟ ସେନାର ର ପାଲଟା ଆକ୍ରମଣରେ ଲାଲକିଲ୍ଲାରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ଏହି ଲାଲକିଲ୍ଲା ଆକ୍ରମଣ ମାମଲାରେ ଟ୍ରାଏଲ୍ କୋର୍ଟ ୩୧ ଅକ୍ଟୋବର ୨୦୦୫ରେ ଆରିଫ କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ।

ଆତଙ୍କବାଦୀ ଆରିଫ ୨୦୧୩ ରେ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସମୀକ୍ଷା ଆବେଦନ କରିଥିଲା ଯାହା କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲା । ଏହା ପରେ, ୨୦୧୪ ମସିହାରେ, ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଆରିଫର ଆରୋଗ୍ୟ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ଏବେ ପୁଣି ଥରେ ରାଷ୍ଟ୍ରପରି ଦୋଷୀର ଦଣ୍ଡ ସମ୍ପର୍କରେ ଦାଖଲ ହୋଇଥିବା ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି ।

Comments are closed.