Latest Odisha News

BREAKING NEWS

ବିଶ୍ୱକପରେ ଆର୍ଜେଂଟିନାଠାରୁ ପରାଜିତ ହେବା ସତ୍ୱେ ଫ୍ରାନ୍ସରେ ମେସିଙ୍କୁ ଜୋରଦାର ସ୍ୱାଗତ

ପ୍ୟାରିସ: ଫିଫା ବିଶ୍ୱକପରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଂଟିନା ଚାମ୍ପିୟନ ହୋଇଛି । ତେବେ ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସୀ ବୁଧବାର ଯେତେବେଳେ ଫ୍ରାନ୍ସରେ ପଂହଚିଥିଲେ ତାଙ୍କୁ ସାଥୀ ଖେଳାଳିମାନେ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ମେସି ପ୍ୟାରିସ ସେଂଟ ଜର୍ମନ କ୍ଲବ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି କ୍ଲବର ଖେଳାଳିମାନେ ମେସିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ । ମେସୀଙ୍କୁ କ୍ଲବ ୧୦ ଦିନର ବ୍ରେକ ଦେଇଥିଲା । ଏହା ଶେଷ ହେବା ପରେ ମେସୀ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ପିଏସଜି ଓ ଚେଟୋରୋକ୍ସ ମଧ୍ୟରେ ମୁକାବିଲା ହେବ । ମେସିଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି ।

ବିଶ୍ୱକପ ଫାଇନାଲ ପରେ ମେସି ତାଙ୍କ ପତ୍ନୀ ଆଂଟେନେଲା ରୋକୁଜା ଓ ପିଲାମାନଙ୍କ ସହ ସୋମବାର ବିଳମ୍ବିତ ରାତିରେ ପ୍ୟାରିସ ଅଭିମୁଖେ ଯାତ୍ରା କରିଥିଲେ । ମେସିଙ୍କ ଅନୁପସ୍ଥିତିରେ ପିଏସଜି ୨-୩ ଗୋଲରେ ଲେନ୍ସଠାରୁ ପରାଜିତ ହୋଇଛି । ଓଭରାଲ ପିଏସଜି ୧୭ ମ୍ୟାଚରୁ ୪୪ ପଂଏଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଲେନ୍ସ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.