ମୁମ୍ବାଇ: ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ରେ ଦେଶ ତଥା ବିଦେଶର ସମସ୍ତ ସେଲିବ୍ରିିଟ୍ଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ସେ ଏକ ସୁନ୍ଦର କଳା ଗାଉନରେ ନଜର ଆସିଥିଲେ । ସେ ତାଙ୍କ ବେକରେ ଏକ ସୁନ୍ଦର ହାର ପିନ୍ଧିଥିଲେ, ଯାହାକୁ ନେଇ ଏବେ ଢେର ଚର୍ଚ୍ଚା ।
ମେଟ ଗାଲା ଫ୍ୟାଶନ ଇଭେଣ୍ଟରେ ପ୍ରିୟଙ୍କା ପିନ୍ଧିଥିବା ହୀରା ହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ହାର ୧୧.୦୬ କ୍ୟାରେଟ୍ ହୀରାରେ ସଜାଯାଇଛି । ଏହାର ମୂଲ୍ୟ ୨୦୪ କୋଟି ଟଙ୍କା । ଏହାକୁ ବୁଲଗେରୀ ଡ଼ିଜାଇନ କରିଛନ୍ତି । ଜଣାଯାଇଛି ଯେ, ଇଭେଣ୍ଟ ପରେ ପ୍ରିୟଙ୍କାଙ୍କ ଏହି ହାର ନିଲାମ ହେବ ।
ମେଟ ଗାଲା ଇଭେଣ୍ଟରେ ନିକ ଧଳା ସାର୍ଟ, କଳା ପ୍ୟାଣ୍ଟ, ଟାଇ ଏବଂ ଜ୍ୟାକେଟ୍ ପିନ୍ଧିଥିଲେ । ପ୍ରିୟଙ୍କା ଏହି ଇଭେଣ୍ଟରେ ଯେତେବେଳେ ପ୍ରବେଶ କଲେ ସେବେବେଳେ ଖୁବ୍ ଜୋରରେ ତାଳି ମାରି ତାଙ୍କୁ ସ୍ୱାଗତ କରାଯାଇଥିଲା । ସାଥୀରେ ଥିଲେ ତାଙ୍କ ସ୍ୱାମୀ ନିକ୍ । ରେଡ୍ କାର୍ପେଟରେ ଏହି ଦମ୍ପତି ଏକାଠି ପୋଜ୍ ଦେଇଥିଲେ । ପ୍ରିୟଙ୍କା ଓ ନିକ୍ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଇଭେଣ୍ଟରେ ପ୍ରଥମ ଥର ଭାଗ ନେଇଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ । ଏହି ସମୟରେ ସେ ଧଳା ମୋତିରେ ନିର୍ମିତ ଏକ ସୁନ୍ଦର ପୋଷାକ ପିନ୍ଧି ପହଞ୍ଚିଥିଲେ ।
Comments are closed.