Latest Odisha News

BREAKING NEWS

# ମି-ଠୁ: ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ଏମ.ଜେ ଆକବର

ନୂଆଦିଲ୍ଲୀ : ବିଦେଶଗସ୍ତରୁ ଫେରିବା ପରେ ରବିବାର ବୈଦଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ଉପରେ ଲାଗିଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ତାଙ୍କ ବିରୁଦ୍ଧରେ ହୋଇଥିôବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ମିଥ୍ୟା ଓ ମନଗଢା କଥା ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଗସ୍ତରେ ବିଦେଶ ଯାଇଥିôବାରୁ ନିିଜ ଉପରେ ଲାଗିଥିବା ଅଭିଯୋଗର କୌଣସି ଜବାବ ଦେଇ ପାରିନଥିଲେ ।

ଏହି ପୂର୍ବତନ ସାମ୍ବାଦିକଙ୍କ ବିରୁଦ୍ଧରେ ୯ରୁ ଅଧିକ ମହିଳା ଯୌନ ଶୋଷଣ ଓ ଅନୈତିକ ଆଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଏକ ଗଣମାଧ୍ୟମକୁ ନିଜ ବୟାନ ଦେଇ ଆକବର କହିଛନ୍ତି “ବିନା କୌଣସି ପ୍ରମାଣରେ ଅନ୍ୟ ବିରୋଧରେ ଅଭିଯୋଗ ଲଗାଇବା କିଛି ଲୋକଙ୍କ ବଦଭ୍ୟାସ ହୋଇଗଲାଣି । ଏଥିସହିତ ତାଙ୍କ ଉପରେ ଯୌନ ଶୋଷଣର ମିଥ୍ୟା ଅଭିଯୋଗ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଖୁବ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ” ।

“ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହାର କିଛି ମାସ ପୂର୍ବରୁ ଏଭଳି ଝଡ କାହିଁକି ସୃଷ୍ଟି ହେଉଛି? ଏଥିରେ କ’ଣ କିଛି ବାସ୍ତବିକତା ରହିଛି । ତୁମେ ନିଜକୁ ନିଜେ ବିଚାର କର । ମୋ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପରି ଏପରି ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରାଯାଇଛି ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ପୂର୍ବରୁ ଏନେଇ ତାଙ୍କର ଏକ କନିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ ଉଠାଇସାରିଛନ୍ତି । ତେବେ ଯାହାବି ହେଉ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ମୁଁ ଭାବୁଛି ଭଦ୍ର ବ୍ୟକ୍ତି ଜଣଙ୍କ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ମୋ ପ୍ରତି ନୁହେଁ, କାରଣ ସେ ସମୟରେ ମୁଁ ସେଠାରେ ଉପସ୍ଥିତ ନଥିଲି । ମୁଁ ପୂର୍ବରୁ କହି ସାରିଛି ମହିଳା ମାନେ ‘ମୁଁ-ଠୁ’ ଦ୍ୱାରା ଏ ପ୍ରସଙ୍ଗ ଉଠାଇଲା ବେଳେ କୌଣସି ସଙ୍କୋଚ କରିବା ଉଚିତ ନୁହେଁ ।

ଏଥିସହିତ ସମସ୍ତ ଅଭିଯୋଗ ଗୁଡିକୁ ଠିକ ଭାବେ ତଦନ୍ତ କରାଯିବା ପରେ ଦଳ ଯାହା ନିଷ୍ପତ୍ତି ନେବ, ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ।

ଏ ସମ୍ପର୍କରେ ଆକବର ମୁହଁ ଖୋଲି କହିଛନ୍ତି ଯେ ମିଥ୍ୟାର କୌଣସି ଗୋଡ ନଥାଏ ଏବଂ ଏଥିରେ ଭରି ରହିଥାଏ କେବଳ ବିଷ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିୟା ରମାନୀ ଏହି ଅଭିଯାନକୁ ଏକ ବର୍ଷ ପୂର୍ବେ ଏକ ମାଗାଜିନରେ ସ୍ତମ୍ଭ ଲେଖି ଆରମ୍ଭ କରିଥିଲେ । କିନ୍ତୁ ସେ ଏପରି ନାମ କାରଣ କରିନଥିଲେ । ପରବର୍ତ୍ତି ସମୟରେ ତାଙ୍କୁ ନାମକରଣ ନେଇ ପଚରାଯାଇଥିଲା ବେଳେ ସେ ଉତ୍ତରରେ କହିଥିଲେ ସେତେବେଳେ ସେ ଏହାର ନାମକରଣ କରିନଥିଲେ କାରଣ ସେ ଏପରି କିଛି କରିନଥିଲେ ।

Leave A Reply

Your email address will not be published.