Latest Odisha News

BREAKING NEWS

ଟିକାକରଣ ପାଇଁ ସିଏମ୍‌ ରିଲିଫ ଫଣ୍ଡ୍‌କୁ ୧ କୋଟି ଟଙ୍କା ପ୍ରଦାନ କରିଛି ଏମ୍‌ଜିଏମ୍ ମିନେରାଲ୍ସ ଲିମିଟେଡ୍‌

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ସହାୟତାର ହାତ ବଢାଇଛି ଏମଜିଏମ୍ ମିନେରାଲ୍ସ ଲିମିଟେଡ୍। ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏମଜିଏମ୍ ମିନେରାଲ୍ସ ଲିମିଟେଡ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଛି।

କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଏବଂ ଡାଇରେକ୍ଟର ସରୋଜ ରାୟ ଆଜି ଏହି ଅର୍ଥରାଶିର ଚେକ୍‌ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.