ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡ଼ିତ ଏକ ବେସରକାରୀ ସଂସ୍ଥା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ୍ କରି ଦେଇଛନ୍ତି । ଫରେନ୍ କଣ୍ଟ୍ରିବ୍ୟୁସନ୍ ଆକ୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ନେଇଛି । ସଂଗଠନ ଫରେନ୍ ଫଣ୍ଡି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।
ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ୨୦୨୦ ଜୁଲାଇରେ ମନ୍ତ୍ରଣାଳୟ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲା । କମିଟିର ରିପୋର୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ, ଇଡି, ସିବିଆଇ ଓ ଆୟକର ବିଭାଗର ଅଧିକାରୀ ଏଥିରେ ସାମିଲ୍ ହୋଇଥିଲେ । ସୂତ୍ର ଅନୁସାରେ, FCRA ଲାଇସେନ୍ସ ବାତିଲ୍ ନୋଟିସ୍ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଫିସକୁ ପଠାଇ ଦିଆଯାଇଛି ।
ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ହେଉଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଯେତେବେଳେ କି ଅନ୍ୟ ଟ୍ରଷ୍ଟିମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରହିଛନ୍ତି । ରାଜୀବ ଗାନ୍ଧୀ ଫାଉଣ୍ଡେସନର ସ୍ଥାପନା ୧୯୯୧ରେ ହୋଇଥିଲା ।
୨୦୨୦ ଜୁନରେ ଫାଉଣ୍ଡେସନ୍ ଉପରେ ବିଦେଶୀ ଟଙ୍କା ନେଇ ଅଭିଯୋଗ ଆଣିଥିଲା ବିଜେପି । ତତ୍କାଳୀନ ଆଇନ୍ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ ଦାବି କରିଥିଲେ, ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ପାଇଁ ଚୀନ ଫଣ୍ଡିଂ କରୁଛି । କିନ୍ତୁ ଆଇନ୍ ଅନୁସାରେ, କୌଣସି ସଂଗଠନ ସରକାରଙ୍କ ଅନୁମତି ବିନା ବିଦେଶରୁ ଅର୍ଥ ଗ୍ରହଣ କରି ପାରିବ ନାହିଁ ।
Comments are closed.