Latest Odisha News

BREAKING NEWS

ପାଣି ସିଙ୍ଗଡ଼ା ଶରୀର ପାଇଁ ଲାଭଦାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଅନେକ ଭଲ। ଥଣ୍ଡା ପାଗରେ ମିଳୁଥିବା ଏହି ଖାଦ୍ୟ ଅତ୍ୟନ୍ତ ଲାଭଦାୟକ। ଲୋକମାନେ ଉପବାସ ସମୟରେ ଏହା ଖାଇଥାନ୍ତି। ଖୁବ କମ୍‌ ଲୋକ ଜାଣନ୍ତି କି ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଖୁବ୍‌ ଭଲ। ଏହାକୁ କଞ୍ଚା ଚୋବାଇ ବା ସିଝାଇ ଖାଇ ହୁଏ। ଏଥିରେ ଭିଟାମିନ୍-‌ଏ, ସି, ପ୍ରୋଟିନ୍‌, ନିକୋଟିନ୍‌, ଏସିଡ଼, ସାଇଟ୍ରିକ୍‌ ଏସିଡ୍‌, ଥାୟାମିନ୍‌, କାର୍ବୋ ହାଇଡ୍ରେଟ୍‌ ଓ ଏନର୍ଜି ପ୍ରଚୁର ମାତ୍ରରେ ରହିଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ପାଣି ସିଙ୍ଗଡ଼ା ଖୁବ୍‌ ଉପାଦେୟ।

ନିମ୍ନ ରକ୍ତଚାପ ପାଇଁ ପାଣି ସିଙ୍ଗଡ଼ା ବ୍ୟବହାର କରାଯାଇ ପାରିବ। ଏଥିରେ ଥିବା ସୋଡିୟମ୍ ରକ୍ତଚାପକୁ ସନ୍ତୁଳନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତତକ୍ଷଣାତ୍ ଶକ୍ତି ପାଇଁ ପାଣି ସିଙ୍ଗଡା ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ଏହାର ବ୍ୟବହାର ହୃଦ୍ ରୋଗରେ ମଧ୍ୟ ଉପକାର କରିଥାଏ। ଏହା ବ୍ୟତୀତ ମାସିକ ଧର୍ମ ଏବଂ ୟୁରିନ ଜନିତ ସମସ୍ୟା କ୍ଷେତ୍ରରେ ପାଣି ସିଙ୍ଗଡା ଲାଭକାରୀ ହୋଇଥାଏ। ଯଦି ଆପଣଙ୍କର ଡିହାଇଡ୍ରେସନ୍‌ର ସମସ୍ୟା ଅଛି, ତେବେ ପାଣି ସିଙ୍ଗଡା ଖାଇବା ଦ୍ୱାରା ତାହାର ସମାଧାନ ହୋଇଯିବ।

ଥାଇରଏଡ୍‌ର ଉପଚାର ଲାଗି ପାଣି ସିଙ୍ଗଡ଼ା ବେଶ୍‌ ଲାଭକାରୀ। ଏହା ବ୍ୟତୀତ ପାଣି ସିଙ୍ଗଡ଼ା କେଶଜନିତ ଯେକୌଣସି ସମସ୍ୟା ଏବଂ ତ୍ବଚା ଜନିତ ସମସ୍ୟା ଦୂର କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥିବାରୁ ଦାନ୍ତ ଏବଂ ହାଡ ମଜବୁତ୍ କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଲାଭକାରୀ ହୋଇଥାଏ ପାଣି ସିଙ୍ଗଡା।

Leave A Reply

Your email address will not be published.