ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ଆଇପିଏଲ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ତେବେ ଫ୍ରାଂଚାଇଜର ଏହି ନିଷ୍ପତିକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତିି । ସୋସିଆଲ ମିଡିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଇନଷ୍ଟାଗ୍ରାମରେ ୨ଲକ୍ଷ ଏବଂ ଟୁଇଟରରେ ୪ଲକ୍ଷ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସ ସାଇଟକୁ ଅନଫଲୋ କରିଛନ୍ତି । ଏହା ବ୍ୟତୀତ ସେମଅନଏମଆଇ ଟ୍ରେଣ୍ଡ କରିବାରେ ଲାଗିଛି । ଇନଷ୍ଟାଗ୍ରାମରେ ମୁମ୍ବାଇର ୧୩.୨ ମିଲିୟନ ଫଲୋର୍ସ ଥିବା ବେଳେ ଏବେ ଏହା ୧୩କୁ ଖସିଆସିଛି । ସେହିପରି ଟୁଇଟରରେ ୮.୬ ମିଲିୟନରୁ ୮.୨କୁ ଖସି ଆସିଛି ।
ସୂଚନାଯୋଗ୍ୟ, ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ରୋହିତ ଆଇପିଏଲରେ ୨୪୩ ମ୍ୟାଚରୁ ୬୨୧୧ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪୨ ଅର୍ଦ୍ଧଶତକ ସାମିଲ । କେତେକ ପ୍ରଶଂସକ ରୋହିତଙ୍କୁ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୁମ୍ବାଇର ପ୍ରଶଂସକ କମିବା ଫ୍ରାଂଚାଇଜଙ୍କୁ ଚିନ୍ତାରେ ପକାଇଛି ।
Comments are closed.