Latest Odisha News

BREAKING NEWS

ମୁମ୍ବାଇର କ୍ରମାଗତ ୫ମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୫ମ ବିଜୟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ କରିଛି । ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ୫୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୧୫ ରନ କରିଥିଲା । ର‌୍ୟାନ ରିକେଲଟନ ୫୮ ଓ ସୂର୍ଯ୍ୟକୁମାର ଯାଦବ ୫୪ ରନର ଇନିଂସ ଖେଳିଥିଲେ । ମୟଙ୍କ ଯାଦବ ଓ ଆଭେଶ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଲକ୍ଷ୍ନୌ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ମିଚେଲ ମାର୍ଶ ୩୪ ଓ ଆୟୂଷ ବଦାନୀ ୩୫ ରନ କରିଥିଲେ ।

ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରାହ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ଅକ୍ତିଆର ଥିଲେ । ଟ୍ରେଂଟ ବୋଲ୍ଟ ୩ଟି ଓ ୱିଏ ଜ୍ୟାକ୍ସ ୨ଟି ୱିକେଟ ନେଇଥିଲେ । ମୁମ୍ବାଇ ୧୦ ମ୍ୟାଚରୁ ୧୨ ପଂଏଟ ହାସଲ କରି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଲକ୍ଷ୍ନୌ ୧୦ ମ୍ୟାଚରୁ ୧୦ ପଂଏଟ ସହ ଷଷ୍ଠ ସ୍ଥାନରେ ରହିଛି । ଜ୍ୟାକ୍ସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.