Latest Odisha News

BREAKING NEWS

ରେକର୍ଡ ଭାଙ୍ଗୁଛି ‘ମାଇକେଲ୍’; ୧୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ: “ମାଇକେଲ୍” ଫିଲ୍ମ ଏପ୍ରିଲ୍ ୨୪ ତାରିଖରେ ମୁକ୍ତିଲାଭ କରିଥିଲା। ଏହା ବକ୍ସ ଅଫିସ୍ ରେ ଭଲ ପ୍ରଦର୍ଶନ କରିଥିଲା ବେଳେ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।

“ମାଇକେଲ୍” ସାରା ବିଶ୍ୱରେ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏହି ମାଇଲଖୁଣ୍ଟ ହାସଲ କରିଥିବା ପ୍ରଥମ ବାୟୋପିକ୍ ପାଲଟିଛି।

ରିପୋର୍ଟ ଅନୁଯାୟୀ, ଫିଲ୍ମଟି ବିଦେଶରେ ୬୨୯.୮ ନିୟୁତ ଡଲାର (୫,୯୯୬.୨୮ କୋଟି) ଏବଂ ଘରୋଇ ବକ୍ସ ଅଫିସ୍ (ଆମେରିକା) ରେ ୩୭୧.୮ ନିୟୁତ ଡଲାର ଆୟ କରିଛି, ଯାହା ଏହାର ମୋଟ ଆୟକୁ ୧.୦୦୧ ବିଲିୟନ ଡଲାରକୁ ପହଞ୍ଚାଇଛି।

ଫିଲ୍ମଟି ଏପ୍ରିଲ୍ ମାସରେ ମୁକ୍ତିଲାଭ କରିଥିଲା ଏବଂ ସେବେଠାରୁ ରେକର୍ଡ ଭାଙ୍ଗି ଚାଲିଛି। ପ୍ରଥମ ସପ୍ତାହାନ୍ତରେ ଏହା ଆମେରିକାରେ ୯୭ ନିୟୁତ ଡଲାର ଏବଂ ସାରା ବିଶ୍ୱରେ ୨୧୭ ନିୟୁତ ଡଲାର ଆୟ କରିଥିଲା। ଏହା ୨୦୧୫ ଫିଲ୍ମ “ଷ୍ଟ୍ରେଟ୍ ଆଉଟା କମ୍ପଟନ୍” ରେକର୍ଡକୁ ଅତିକ୍ରମ କରିଛି।

“ମାଇକେଲ୍” ଫିଲ୍ମଟି ଡାନ୍ସର ମାଇକେଲ୍ ଜ୍ୟାକସନ୍ ଙ୍କ ଜୀବନୀ ଉପରେ ଆଧାରିତ। ଏହା ଜ୍ୟାକସନ୍ ଙ୍କ ଜୀବନକୁ ତାଙ୍କ ପ୍ରାରମ୍ଭିକ ଦିନରୁ ତାଙ୍କ ପରବର୍ତ୍ତୀ ବର୍ଷ ପର୍ଯ୍ୟନ୍ତ ଚିତ୍ରଣ କରିଛି। ତାଙ୍କ ସଂଘର୍ଷ, ସଫଳତା ଏବଂ ଷ୍ଟାରଡମ୍ ଦର୍ଶାଯାଇଛି। “ମାଇକେଲ୍” ଆଣ୍ଟୋଇନ୍ ଫୁକ୍ୱାଙ୍କ ଦ୍ୱାରା ନିର୍ଦ୍ଦେଶିତ।

 

Comments are closed.