Latest Odisha News

BREAKING NEWS

ଚିନ୍ତାର ବିଷୟ: ହାର୍ଟରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ

ନୂଆଦିଲ୍ଲୀ: କିଛି ଦିନ ତଳେ କରାଯାଇଥିବା ଷ୍ଟଡିରେ ମଣିଷର ରକ୍ତରେ ପ୍ଲାଷ୍ଟିକ ଥିବା ପ୍ରମାଣ ମିଳିଥିଲା । ପରୀକ୍ଷଣରେ ୮୦ ପ୍ରତିଶତ ଲୋକଙ୍କ ନିକଟରେ ଛୋଟ ଛୋଟ ପାର୍ଟିକିଲ୍ସ ରହିଥିବା ଜଣା ପଡିଥିଲା । ଏବେ ମାଇକ୍ରୋପ୍ଲାଷ୍ଟିକ୍ସ ମଣିଷର ହାର୍ଟ ଏବଂ ବ୍ରେନରେ ପଂହଚି ସାରିଛି । ଗୋଟିଏ କିମ୍ବା ୨ଟି ନୁହେଁ, ୯ ପ୍ରକାରର ମାଇକ୍ରୋପ୍ଲାଷ୍ଟିକ୍ସ ମିଳିଛି । ସାଇନ୍ସ ଜର୍ଣ୍ଣାଲ ଏସିଏସ ପବ୍ଲିକେଶନରେ ପ୍ରକାଶିତ ଏହି ରିପୋର୍ଟ ବୈଜ୍ଞାନିକମାନଙ୍କୁ ଚିନ୍ତାର ପକାଇ ଦେଇଛି । ୩୯ରୁ ୫୫ ହଜାର ପ୍ଲାଷ୍ଟିକ ଖଣ୍ଡ ନିଶ୍ୱାସ ଏବଂ ଖାଦ୍ୟ, ପାନୀୟ ମାଧ୍ୟମରେ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛି । ପ୍ରତ୍ୟେକ ସପ୍ତାହରେ ଆମେ ପରୋକ୍ଷରେ ଏକ କ୍ରେଡିଟ କାର୍ଡ ଆକାରର ପ୍ଲାଷ୍ଟିକ ଖାଉଛେ । ଶିରା, ପ୍ରଶିରା ଦେଇ ଏବେ ଏହା ହାର୍ଟ ଓ ବ୍ରେନରେ ପଂହଚିଲାଣି ।

ଆମେରିକାରେ ୧୫ଜଣଙ୍କ ହାର୍ଟ ସର୍ଜରୀ ପରେ ଲେଜର ଡାଇରେକ୍ଟ ଇନଫ୍ରାରେଡ ଇମୋଜିଂ ସିଷ୍ଟମ ମାଧ୍ୟମରେ ଏହାର ଉପରି ଭାଗକୁ ପରୀକ୍ଷଣ କରାଯାଇଥିଲା । ପ୍ରତ୍ୟେକ ଟିସ୍ୟୁରେ ୯ ପ୍ରକାର ମାଇକ୍ରୋପ୍ଲାଷ୍ଟିକ ରହିଥିଲା । ବ୍ରେନରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ଜଣେ ବ୍ୟକ୍ତିର ଭାବପ୍ରବଣତା ଓ ନିଷ୍ପତି ଦେବା ଦକ୍ଷତାକୁ ପ୍ରଭାବିତ କରୁଥିଲା । ବ୍ରେନ-ବ୍ଲଡ ବ୍ୟାରିୟର କ୍ଷତିଗ୍ରସ୍ତ ହେଉଛି । ଏହା ଏକପ୍ରକାର ସୁରକ୍ଷା ଚକ୍ର । ବାହ୍ୟ ପଦାର୍ଥକୁ ଏହା ବ୍ରେନରେ ପଂହଚାଇବାରେ ରୋକିଥାଏ । ପ୍ଲାଷ୍ଟିକର ବ୍ୟବହାର ବନ୍ଦ ନ ହେଲେ ଆଗାମୀ ଦିନରେ ଅନେକ ଅଦ୍ଭୁତ ପ୍ରକାରର ମାନସିକ ରୋଗ ସମ୍ମୁଖକୁ ଆସିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.