Latest Odisha News

BREAKING NEWS

ଭାରତରେ ସୋଆରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ମାଇକ୍ରୋସଫ୍ଟ

ଭୁବନେଶ୍ୱର: ଭାରତରେ ପ୍ରଥମ କରି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରୁ ୨୦୨୦ ବ୍ୟାଚ ବିଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି ମାଇକ୍ରୋସଫ୍ଟ ।

ସୋମବାର ଦିନ ୨୦୨୦ ବ୍ୟାଚ ପାଇଁ ୮ ଜଣ ବି.ଟେକ୍ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ କ୍ୟାମ୍ପସ୍ ନିଯୁକ୍ତି ଦେଇଥିବା ବେଳେ ୨୦୧୯ରେ ମଧ୍ୟ ଆଇଟିଇଆରର ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ନିଯୁକ୍ତି ଦେଇଥିଲା ।

୨୦୧୯ ବ୍ୟାଚର ଆଇଟିଇଆର୍ ଛାତ୍ରଛାତ୍ରୀମାନେ ମାଇକ୍ରୋସଫ୍ଟ, ଆମାଜନ୍, ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ୍, ବୋସ୍, ଡିଲୋଏଟ୍, ଆଇବିଏମ୍, ସିଟିଏସ୍, ଇନ୍ଫୋସିସ୍, ୱିପ୍ରୋ, ହାଇରାଡିଅସ୍, ଟିଭିଏସ୍ ମୋଟର୍ସ, ମୁସିଗ୍ମା ଏବଂ ଟାଟା ଷ୍ଟିଲ୍ ଭଳି କମ୍ପାନୀରେ ଖୁବ୍ ଉଚ୍ଚକୋଟୀର କ୍ୟାମ୍ପସ୍ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.