Latest Odisha News

BREAKING NEWS

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ MDM ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଦୁଇ ବର୍ଷ ଧରି କୋଭିଡ ପାଇଁ ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରହିଥିଲା । ସଂକ୍ରମଣ ଭୟରେ ସରକାର ଗତ ମାର୍ଚ୍ଚ ୨୦୨୦ରୁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରଖିଥିଲେ । ତେବେ ରାଜ୍ୟରେ ଏବେ କରୋନାର ପ୍ରାଦୁର୍ଭାବ କମିବା ପରେ ପିଲାଙ୍କ ପାଇଁ ପୁଣି ସ୍କୁଲରେ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।

ତେବେ ଏହା ପୂର୍ବରୁ ସ୍କୁଲଗୁଡ଼ିକରେ ଥିବା ରୋଷଶାଳା, ବାସନକୁସନ, ଅନ୍ୟା ସମଗ୍ରୀର ପରିସ୍କାର ପରିଚ୍ଛନ୍ନତାକୁ ଯାଞ୍ଚ କରିବାକୁ ନେଇ ବିଭାଗ ନିର୍ଦ୍ଦେଶ ଦେଇଛି ।

କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା । ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା। ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ବଣ୍ଟନ କରାଯାଉଥିଲା।

ଏବେ ପୂର୍ବ ପରି ସ୍କୁଲ୍‌ ଖୋଲିଛି । ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସ୍କୁଲ ଆସି ପାଠ ପଢ଼ୁଛନ୍ତି । ପିଲାମାନେ ଯେପରି ସ୍କୁଲରେ ଭୋକିଲା ନରହିବେ, ସେଥିପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଅର୍ଥ ଏପ୍ରିଲ୍‌ ମାସରୁ ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବେ ।

Leave A Reply

Your email address will not be published.