Latest Odisha News

BREAKING NEWS

ଆଫଗାନିସ୍ତାନରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

କାବୁଲ: ଆଫଗାନିସ୍ତାନରେ ଆଜି ସକାଳେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି  । ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଛି  ।  ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା ।  ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ପଳାଇ ଆସିଥିଲେ ।

ଗତ ଶନିବାର ମଧ୍ୟ ଆଫଗାନିସ୍ତାନର ହେରାଟ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ୨୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା।ଭୂକମ୍ପରେ ଅନେକ ଗାଁ ନଷ୍ଟ ହୋଇଯାଇଥିଲା  । ବଡ ବଡ କୋଠା ଭୁଶୁଡି ପଡିଥିଲା  । ଫଳରେ ଧ୍ବଂସାବଶେଷ ତଳେ ବହୁ ମୃତଦେହ ଫସି ରହିଥିଲା  । ଯାହାର ତୀବ୍ରତା  ୬.୩ ରହିଥିଲା  । ଆଫ୍‌ଗାନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି  । ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏବେବି ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.