Latest Odisha News

BREAKING NEWS

ରାତି ଅଧରେ ହଠାତ୍ ମନ୍ଦିରରେ ବାଜିଲା ଘଣ୍ଟି ଓ ଡ଼୍ରମ୍‌, ଲୋକେ ଭୟଭୀତ

ନୈନିତାଲ: ଏକ ମନ୍ଦିରରେ ହଠାତ୍ ଅଧରାତିରେ ଅଚାନକ ଘଣ୍ଟି ଓ ଡ଼୍ରମ ବାଜି ଉଠିଲା । ଏହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ରାତିରେ କିଏ ଘଣ୍ଟି ଓ ଡ଼୍ରମ ପିଟୁଛି ଭାବି ଗ୍ରାମବାସୀ ମନ୍ଦିରରେ ଆସି ପହଞ୍ôଚଲେ । ଆଉ ସେଠାରେ ଯାହା ଦେଖିଲେ ଦୀର୍ଘ ନିଶ୍ୱାସ ନେଲେ ।

BjdElectrycity

ନୈନିତାଲର ଥାଣ୍ଡି ରୋଡରେ ରହିଛି ଶନି ଦେବଙ୍କ ମନ୍ଦିର । ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ । ଲୋକେ ଶନିଦେବଙ୍କୁ ଖୁବ୍ ବିଶ୍ୱାସ କରନ୍ତି । ଦିନେ ବିଳମ୍ବିତ ରାତିରେ ହଠାତ୍ ମନ୍ଦିରର ଘଣ୍ଟି ଓ ଡ଼୍ରମ୍ ଉଚ୍ଚ ସ୍ୱରରେ ବାଜି ଉଠିଲା । ଏହା ଶୁଣି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଗଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଆଲୋଚନା ଜୋର ଧରିଲା । କିଏ କହିଲେ ଶନିଦେବ ରାଗିଯାଇ ଆମ ଗାଁ ପ୍ରତି ବିପଦ ସୃଷ୍ଟି କରିପାରନ୍ତି । ହେଲେ ଆଲୋଚନା ଭିତରେ କେହି ମନ୍ଦିରକୁ ଆସିବାକୁ ସାହସ ଜୁଟାଇଲେ ନାହିଁ । କାରଣ ମନ୍ଦିରଟି ଗାଁ ମୁଣ୍ଡରେଏକ ନିଛାଟିଆ ସ୍ଥାନରେ ରହିଛି । ରାତିର ଶୂନଶାନରେ ଏହି ଘଣ୍ଟି ଓ ଡ଼୍ରମ୍‌ର ଶବ୍ଦ ବହୁ ଦୂରକୁ ଜୋରରେ ଶୁଭୁଥିଲା, ଯାହାକୁ ନେଇ ଗ୍ରାମବାସୀ ବେଶୀ ଭୟଭୀତ ହୋଇଥିଲେ । ଗ୍ରାମର କିଛି ଲୋକ ଏକଜୁଟ୍ ହୋଇ ମନ୍ଦିର ଆସିବାକୁ ନିଷ୍ପତ୍ତି ନେଲେ । ଆଉ ମନ୍ଦିରରେ ପହଞ୍ôଚ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ କୌତୁହଳ ସୃଷ୍ଟି କରିଥିଲା ।
ପ୍ରକୃତରେ, ମନ୍ଦିରରେ ଏକ ଇଲେକ୍ଟ୍ରୋନିକ୍ ଡ୍ରମ୍ ଏବଂ ଘଣ୍ଟି ଲଗାଯାଇଛି, ଯାହା ମନ୍ଦିରର ପୁରୋହିତ ବନ୍ଦ କରିବାକୁ ଭୁଲି ଯାଇଥିଲେ । ରାତିରେ କରେଣ୍ଟ ଆସିବା ପରେ ଏହା ଜୋରରେ ବାଜିବାକୁ ଲାଗିଲା । ନିଛାଟିଆ ହେତୁ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ପହଞ୍ଚିଥିଲା ।

Leave A Reply

Your email address will not be published.