ଭୁବନେଶ୍ବର:ବୋଉ ବୁଟୁ ଭୂତ’ପରେ ଦର୍ଶକ ପାଇଁ ଆସୁଛି ଆଉ ଏକ ଓଡ଼ିଆ ହରର ଥ୍ରୀଲର ଫିଲ୍ମ । ଆସୁଛି ‘ମିଡ୍ ନାଇଟ’ । ‘ମିଡ୍ ନାଇଟ’ର ମ୍ୟୁଜିକ୍ ଏବଂ ଟ୍ରେଲର୍ ରିଲିଜ ହୋଇଛି । ଚଳଚ୍ଚିତ୍ରରେ ଦୁଇଟି ଗୀତ ରହିଥିବାବେଳେ ‘ମାୟାବିନୀ ଏ ଅନ୍ଧାର ରାତି…’ ଶୀର୍ଷକ ଗୀତ ରହିଛି । ଏହି ଗୀତଟିକୁ ଡ. ନିର୍ମଳ ନାୟକ ରଚନା କରିଛନ୍ତି ଓ କଣ୍ଠଦାନ କରିଛନ୍ତି ଓଲିଉଡ଼ର ସବୁଠୁ ହଟ୍ ସିଙ୍ଗର ଅସୀମା ପଣ୍ଡା । ମନୁ ଦ୍ବିବେଦୀ ଫିଲ୍ମସ୍ ନିବେଦିତ ଏହି ଚଳଚ୍ଚିତ୍ରରେ ମନୁ ଦ୍ବିବେଦୀ ନିଜେ ନିର୍ଦ୍ଦେଶନା ଦେଇଛନ୍ତି ଓ ନାୟକ ବି ସାାଜିଛନ୍ତି । ବାପା ଏବଂ ପୁଅ ଉଭୟ ଚରିତ୍ରରେ ଅଭିନୟ କରିଛନ୍ତି ।
ଏହି ଫିଲ୍ମ ଫେବୃଆରି ୬ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡା, ଅକ୍ଷୟ ବସ୍ତିଆ, ବିରେନ ମିଶ୍ର, ଡାଏନା, ଆଲିଆ, ପ୍ରିୟା, ସସ୍ମିତା ଓ ସୁଧାଂଶୁବାଳା ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି । ସହକାରୀ ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି ସୁରେଶ ଦାସ ।
ତେବେ ଫିଲ୍ମର ହରର୍ ଏକ୍ସପେରିଏନ୍ସ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି ।