Latest Odisha News

BREAKING NEWS

ଅବସର ପୂର୍ବରୁ ଶେଷଥର ପାଇଁ ଉଡ଼ିଲା ମିଗ୍-୨୧

ନୂଆଦିଲ୍ଲୀ: ମିଗ୍-୨୧ ସହିତ ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂହ ନିଜର ଉଡ଼ନ୍ତା କ୍ୟାରିଅର ଆରମ୍ଭ କରିଥିଲେ ଓ ଶେଷ ଥର ପାଇଁ ଏହି ଲଢ଼ୁଆ ବିମାନ ଉଡ଼ାଇବା ପୂର୍ବରୁ ମଧ୍ୟ ସେ ତାଲିମ ନେଇଥିଲେ। ତେବେ ଗତ ସପ୍ତାହରେ ସେ ନାଲ୍ ବାୟୁସେନା ଷ୍ଟେସନରୁ ମିଗ୍-୨୧ ଉଡ଼ାଇଥିଲେ।

ସେ ଏହାକୁ ଉଡ଼ାଇବାର ଗୋଟିଏ ଦିନ ପୂର୍ବରୁ ସମ୍ପୂର୍ଣ୍ଣ ତାଲିମ ନେଇଥିଲେ ଏବଂ ତା’ପର ଦିନ ଏହାକୁ ଏକାକୀ ଉଡ଼ାଇଥିଲେ।ତେବେ ସେ ଫର୍ମାସନ୍ ଭାବରେ ମିଗ୍-୨୧ ଉଡ଼ାଇଥିଲେ ଓ ଏହା ଦୁଇଟି ମିଗ୍-୨୧ର ଏକ ଫର୍ମାସନ୍ ଥିଲା। ଗୋଟିଏ ମିଗ୍-୨୧କୁ ସ୍କ୍ୱାଡ୍ରନ୍ ଲିଡର ପ୍ରିୟା ଉଡ଼ାଉଥିଲେ ଏବଂ ଅନ୍ୟଟି ମିଗ୍-୨୧କୁ ବାୟୁସେନା ମୁଖ୍ୟ ଉଡ଼ାଉଥିଲେ। ଏହି ଫର୍ମାସନର ନେତୃତ୍ୱ ସ୍କ୍ୱାଡ୍ରନ୍ ଲିଡର ପ୍ରିୟା ନେଇଥିଲେ।

ସୋଭିଏତ୍ ମୂଳ ମିଗ୍-୨୧ ଲଢ଼ୁଆ ବିମାନକୁ ୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ଏବଂ ଏହା ପ୍ରଥମ ସୁପରସୋନିକ୍ ଲଢ଼ୁଆ ବିମାନ ଥିଲା। ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ମିଗ୍-୨୧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପାକିସ୍ତାନୀ ସାବର୍ ଏବଂ ଷ୍ଟାରଫାଇଟର ବିମାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ ମଧ୍ୟ କରିଥିଲା। କେବଳ ଏତିକି ନୁହେଁ ୧୪ ଡିସେମ୍ବର ୧୯୭୧ରେ ମିଗ୍-୨୧ ଜେଟ୍ ଢାକା ସରକାରୀ ଗୃହରେ ରକେଟ ମାଡ଼ କରିଥିଲା, ଯାହାଦ୍ଵାରା ପାକିସ୍ତାନକୁ ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିଥିଲା।

 

Comments are closed.