କଟକ: କଟକ ଜିଲ୍ଲାର ବଡମ୍ବା ଥାନା ଅନ୍ତର୍ଗତ ଏକ କ୍ବାରେନଣ୍ଟାଇନ କେନ୍ଦ୍ର ବାହାରେ ସୋମବାର ଦିନ ଜଣେ ପ୍ରବାସୀଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ଜଣକ କୃଷ୍ଣଚନ୍ଦ୍ରପୁରର ବ୍ରଜବନ୍ଧୁ ରାଣା ବୋଲି ଜଣାପଡିଛି।
ସୂଚନାନୁସାରେ, ଗତ ମେ ୨୬ରେ ମୁମ୍ବାଇରୁ ଫେରିବା ପରେ ତାଙ୍କୁ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ହେଲେ ଆଜି ସକାଳେ ତାଙ୍କ ମୃତଦେହ ଉକ୍ତ କେନ୍ଦ୍ର ବାହାରେ ପଡ଼ିଥିବା ନଜରକୁ ଆସିଥିଲା।
ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହିତ ପୋଲିସ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ କରାଯାଇଛି।
Comments are closed.