Latest Odisha News

BREAKING NEWS

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ: ସତ୍କାର ପାଇଁ ଆସିଲେ ନାହିଁ ସାହିପଡିଶା

ବାରିପଦା: କ୍ୱାରେଣ୍ଟାଇନରେ ପ୍ରାଣ ହରାଇଲେ ପୁଣି ଜଣେ ପ୍ରବାସୀ । ମୟୂରଭଞ୍ଜ ଜିଲ୍ଳା ବେତନଟୀ ଥାନା ଭାଲୁବସା ତାରାଶୋଳ ଅଂଚଳରେ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ଗୁଜୁରାଟ ଫେରନ୍ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମୃତ ପ୍ରବସୀଙ୍କ ନାମ ପରେସ ଚନ୍ଦ୍ର ମହାନ୍ତ ଏବଂ ସେ ଗୁଜୁରାଟରୁ ଫେରି ୭ଦିନ ବେତନଟୀ ଅଂଚଳରେ ଥିବା ସଂଗରୋଧ କେନ୍ଦ୍ରରେ ଥିଲେ। ପରେ ୩ଦିନ ଘରେ ରହିବାପରେ ଆଜି ସନ୍ଦେହ ଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ମୃତ ଶରୀର ଦାଣ୍ଡ ଦୁଆରେ ପଡିରହିଥିବା ସହିତ କେହି ତାଙ୍କୁ ଛୁଇଁ ନଥିବା ଜଣାପଡିଛି।

Comments are closed.