Latest Odisha News

BREAKING NEWS

ଓଡ଼ିଶାରେ ଚିହ୍ନଟ ୬୭ କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର, ଜାଣନ୍ତୁ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୭ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ଗୁରୁବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି।

ଏହି ମାମଲାଗୁଡ଼ିକ ମଧ୍ୟରୁ ୬୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି।

ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ମାନେ ନିକଟ ଅତୀତରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ।

ଅଧିକ ପଢନ୍ତୁ- ଆଉ ୬୭ ନୂଆ କରୋନା ପଜିଟିଭଙ୍କ ସହ ରାଜ୍ୟରେ ୧୬୦୦ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ରେ ପହଞ୍ଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.