Latest Odisha News

BREAKING NEWS

‘ପୁସ୍-ଅପ୍ ସେଲ୍ଫି’ ପଛର ରାଜ୍‌ ଖୋଲିଲେ ଫିଟନେସ୍ କିଙ୍ଗ୍‌ ମିଲିନ୍ଦ ସୋମନ୍

ନୂଆଦିଲ୍ଲୀ: ମିଲିନ୍ଦ ସୋମନ୍ ଜଣେ ଅଭିନେତା ଏବଂ ସୁପରମଡେଲ୍ ଜଣେ ଫିଟନେସ୍ ଉତ୍ସାହୀ ମଧ୍ୟ। ସେ ଅନେକ ସମୟରେ ତାଙ୍କର ଏହି ଉତ୍ସାହ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରୁଛି। ସେ ସର୍ବଦା ସୁସ୍ଥ ରହିବାକୁ ଲୋକଙ୍କୁ ପ୍ରେରଣା ଯୋଗାଇଥାନ୍ତି।

ମିଲିନ୍ଦ ସୋମନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ତାଙ୍କର ପ୍ରସିଦ୍ଧ ‘ପୁସ୍-ଅପ୍ ସେଲ୍ଫି’ ପଛରେ ଥିବା କାହାଣୀକୁ ସେୟାର କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ପୁସ୍-ଅପ୍ ସଂଖ୍ୟା ସ୍ଥିର କରିବା ପଛରେ ତାଙ୍କ ମା ପ୍ରେରଣା ରହିଛି।

ଏହାସହିତ ସେ ଆଉ ଏକ କଥା ପ୍ରକାଶ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ମା ୮୨ ବର୍ଷରେ ୨୦ ଥର ପୁସ୍-ଅପ୍ କରିବାରେ ସକ୍ଷମ। ଯାହା ତାଙ୍କୁ ପୁସ୍‌-ଅପ୍‌ ପାଇଁ ପ୍ରେରଣା ଯୋଗାଇଥାଏ।

 

Comments are closed.