ନୂଆଦିଲ୍ଲୀ:ଭାରତ-ଚୀନ ସୀମା ବିବାଦ ଶାନ୍ତି ପ୍ରକ୍ରିୟାରେ ସମାଧାନ ହେବାରେ ବିଳମ୍ବ ଘଟିବାରେ ଲାଗିଛି । ଚୀନ କୌଣସି କଥା ମାନିବା ପାଇଁ ପ୍ରସ୍ତୁତ ନୁହେଁ ବୋଲି ସିଡିଏସ ଜେନେରାଲ ବିପିନ ରାୱତ କହିଛନ୍ତି । ଲଦାଖରେ ଡ୍ରାଗନ ସେନା ଠୁଳ କରିବାରେ ଲାଗିଛି । ଆମେ ରାଜନୈତିକ ଆଲୋଚନା ମାଧ୍ୟମରେ ସମାଧାନ ଚାହୁଁଛୁୂ ଯଦି ଏହା ନ ହୁଏ ତାହାହେଲେ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।
ଚୀନ ସେନା ସୀମାରେ ଉତେଜନା ବୃଦ୍ଧି କରୁଛି । ସବୁ ଦିଗରୁ ସତର୍କ ରହିବାକୁ ପଡିବ । ଫିଙ୍ଗର-୫ରୁ ଚୀନ ସେନା ହଟିବାକୁ ପ୍ରସ୍ତୁତ ନ ଥିବା ସେ କହିଛନ୍ତି । ସୀମାରେ ଶାନ୍ତି ଆଣିବାକୁ ହେଲେ ଉଭୟ ଦେଶକୁ ଶୃଙ୍ଖଳିତ ବ୍ୟବହାର କରିବାକୁ ପଡିବ ରାୱତ କହିଛନ୍ତି ।
Comments are closed.