ବାଙ୍କୀ: ମିଳୁନି ଓମଫେଡ୍ କ୍ଷୀର l ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ଧାରଣା। ଏହା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ । ଓମ୍ଫେଡ୍ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା l ନରାଜ ଓମଫେଡ୍ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଛନ୍ତି ଡ୍ରାଇଭର l
ସୂଚନାଯୋଗ୍ୟ, ଜଣେ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିଲା l ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିବାରୁ ଥାନାରେ ଏତଲା ଦେଇଥିଲେ କର୍ତ୍ତୃପକ୍ଷ l ଏହାପରେ ଏତଲା ଆଧାରରେ ବାରଙ୍ଗ ଥାନାରେ ଜଣେ ଡ୍ରାଇଭରକୁ ଅଟକ ରଖିଛି ପୋଲିସ l ସେପଟେ ଅଟକ ଡ୍ରାଇଭର ପାଇଁ ଧାରଣାରେ ବସିଛନ୍ତି ନରାଜ ଓମଫେଡ୍ ଠିକା ଡ୍ରାଇଭର l ଫଳରେ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି l
ସେପଟ ଓମଫେଡ ଏମଡି ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁଗ୍ଧ ଯୋଗାଣରେ ବ୍ୟାଘାତ ପାଇଁ କମ୍ପାନୀ ଦାୟୀ ନୁହେଁ କାରଣ କମ୍ପାନୀ ତରଫରୁ କୌଣସି ଅସୁବିଧା କରାଯାଇନାହିଁ । ଜଣେ ଡ୍ରାଇଭର ଦୁଗ୍ଧ ପ୍ୟାକେଟ ଚୋରି କରୁଥିଲା l ଏବେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି l ଏତଲା ଆଧାରରେ ପୋଲିସ ସେ ଡ୍ରାଇଭରକୁ ଗିରଫ କରିଛି l ତଦନ୍ତ ଚାଲିଛି l
Comments are closed.