Latest Odisha News

ମିଲଖା ସିଂ, ପିଟି ଉଷା ପାଇବେ ଏସଜେଏଫଆଇ ମେଡାଲ

ତୁଷାର ତ୍ରିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ ନିର୍ବାଚିତ,ପରିଚାଳନା କମିଟିରେ ଓସଜାରୁ ସୁରେଶ ସ୍ୱାଇଁ

ଅହମ୍ମଦାବାଦ: ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଏବଂ ପିଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏସଜେଏଫଆଇ ମେଡାଲ ପ୍ରଦାନ କରାଯିବ । ଗୁଜରାଟର ସ୍ପୋର୍ଟ୍ସ କ୍ଲବରେ ଆୟୋଜିତ ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ବୈଠକରେ ସମ୍ପର୍କରେ ନିଷ୍ପତି ହୋଇଥିଲା । ପୂର୍ବରୁ ବିଜୟ ଅମ୍ରିତରାଜ, ପ୍ରକାଶ ପାଦୁକୋନ ଓ ସୁନୀଲ ଗାଭାସ୍କରଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି । ମିଲଖା ସିଂ ୧୯୫୮ ଟୋକିଓ ଏସୀୟ କ୍ରୀଡା (୨୦୦ ଓ ୪୦୦ ମିଟର) ଏବଂ ୧୯୬୨ ଜାକର୍ତା ଏସୀୟ କ୍ରୀଡାରେ(୪୦୦ ମିଟର ଏବଂ ୪ଗୁଣା ୪୦୦) ୪ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କୁ ମରଣୋତର ପୁରସ୍କାର ପ୍ରଦାନ କରାଯିବ । ଭାରତୀୟ ଅଲିମ୍ପିକ ସଂଘର ବର୍ତମାନର ସଭାପତି ପିଟି ଉଷା ଏସୀୟ କ୍ରୀଡାରେ ୧୧ଟି ପଦକ ଜିତିଥିଲେ । ୧୯୮୬ରେ ସେ ୨୦୦, ୪୦୦, ୪୦୦ ମିଟର ହର୍ଡଲ୍ସ ଏବଂ ୪ଗୁଣା ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ଅବସର ନେବା ପରେ ସେ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଖୋଲିଛନ୍ତି ।

ବାର୍ଷିକ ସାଧାରଣ ବୈଠକରେ ଆଜି ସଂଘର ନୂତନ କର୍ମକର୍ତା ନିର୍ବାଚିତ ହୋଇଥିଲେ । ତୁଷାର ତ୍ରିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ ଓ ପାର୍ଥ ଚକ୍ରବର୍ତୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଓସଜାର ଯୁଗ୍ମ ସମ୍ପାଦକ ସୁରେଶ କୁମାର ସ୍ୱାଇଁ ପରିଚାଳନା କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।

ସଭାପତି: ତୁଷାର ତ୍ରିବେଦୀ(ଗୁଜରାଟ), ଉପସଭାପତି: ବିକାଶ ପାଣ୍ଡେ(ଇନ୍ଦୋର), ମଞ୍ଜୁ ବୀରାପ୍ପା (ବେଙ୍ଗାଲୁରୁ), ସରଜୁ ଚକ୍ରବର୍ତି(ତ୍ରିପୁରା), ପରିତୋଷ ପ୍ରମାଣିକ (ନାଗପୁର), ସମ୍ପାଦକ:ପ୍ରଶାନ୍ତ କେନି(ମୁମ୍ବାଇ), ଯୁଗ୍ମ ସମ୍ପାଦକ-ରମେଶ ଭରିକୁପ୍ପାଲା(ତେଲେଙ୍ଗାନା), କୋଷାଧ୍ୟକ୍ଷ: ପାର୍ଥ ଚକ୍ରବର୍ତୀ (ଆସାମ), ପରିଚାଳନା କମିଟି ସଦସ୍ୟ: ସୁରେଶ କୁମାର ସ୍ୱାଇଁ (ଓଡିଶା), ରିପଲ କ୍ରିଷ୍ଟୀ(ଗୁଜରାଟ), କେକିଥିଭାସନ(ତାମିଲନାଡୁ), ସୁପ୍ରଭାତ ଦେବନାଥ (ତ୍ରିପୁରା), ବିଦ୍ୟୁତ କଲିତା (ଆସାମ), ନୀଲେଶ ଦେଶପାଣ୍ଡେ (ନାଗପୁର) ଓ ସବି ହୁସନ ନକଭି(ଦିଲ୍ଲୀ) ।

Comments are closed.