Latest Odisha News

ମାଣ୍ଡିଆ ଦିବସ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ରସାବଳି

ଭୁବନେଶ୍ୱର: ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ । ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ସହ ଏହାର ଉପକାରିତା ବିଷୟରେ ସାରା ବିଶ୍ୱରେ ମାଣ୍ଡିଆକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।

ଏବେ ତ ମାଣ୍ଡିଆରେ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ମାର୍କେଟରେ ମିଳିଲାଣି। ଆଉ ଏହାର ଚାହିଦା ମଧ୍ୟ ଅନେକ। କାହିଁକିନା ଏହା ସ୍ୱାଦରେ ପୂରା ଜବରଦସ୍ତ। ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ। ତେବେ ଆଜି ଆପଣଙ୍କ ପାଇଁ ଆଣିଛୁ ମାଣ୍ଡିଆ ରସାବଳି। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ପ୍ରଥମେ ରସାବଳି ପାଇଁ ରାବିଡ଼ି ପ୍ରସ୍ତୁତ କରନ୍ତୁ । ଗୋଟେ ଲିଟର କ୍ଷୀରକୁ ଫୁଟାଇ ଫୁଟାଇ ଅଧା କରନ୍ତୁ । କ୍ଷୀର ଗାଢା ତଥା ରାବିଡ଼ି ଭଳି ହୋଇଗଲେ ଏଥିରେ ଗୋଟେ ଗୁଜୁରାତି ଗୁଣ୍ଡ ମିଶାଇବେ। ଏହାପରେ ମାଣ୍ଡିଆ ୩ ଚାମଚ, ସୁଜି ଗୋଟେ ଚାମଚ, ଚିନି ଗୋଟେ ଚାମଚ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଏବେ ଏଥିରେ ପାଣି ଦେଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଗୁଜୁରାତି ୩ଟି ଗୁଣ୍ଡ କରି ପକାଇ ଦିଅନ୍ତୁ। ଏବେ ଏଥିରେ ସ୍ଵାଦ ଅନୁସାରେ ଲୁଣ ପକାଇ ମିଶାନ୍ତୁ।

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ଏବେ ଏଥିରେ ଦୁଇ ଚାମଚ ତେଲ ପକାଇବେ। ତେଲ ଗରମ ହୋଇଗଲେ ଏଥିରେ ମାଣ୍ଡିଆ ଗୁଳାକୁ ଛୋଟ ଛୋଟ ପିଠା ଭଳି କରି ପ୍ୟାନ୍‌ରେ ପକାଇବା। ମାଣ୍ଡିଆର ଗୋଟେ ପଟ ହୋଇଗଲେ ଏହାର ଆରପଟ ଲେଉଟାଇ ଦେବେ। ଏବେ ମାଣ୍ଡିଆକୁ ଗୋଟେ ପ୍ଲେଟ୍‌ ଉପରେ କାଢ଼ିଦିଅନ୍ତୁ। ଏହା ଉପରେ ରାବିଡ଼ିକୁ ଢାଳି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ରସାବଳି।

Comments are closed.