Latest Odisha News

BREAKING NEWS

ଯୁବପିଢ଼ୀଙ୍କ ଚାକିରୀ ଖାଉଛି କରୋନା

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ଏହା ଯୋଗୁ ଅନେକ ସେମାନଙ୍କ ଚାକିରୀ ହରାଇବାକୁ ଯାଉଛନ୍ତି ବୋଲି ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଉଛି ।  ସାରା ବିଶ୍ୱରେ ୨୫ ନିୟୁତ ଲୋକ ଚାକିରି ହରାଇବାର ଆଶଙ୍କା ଉପୁଜିଥିବା ଜାତିସଂଘ ପକ୍ଷରୁ  କୁହାଯାଇଛି । ଏହା ଯୋଗୁ ଅନେକଙ୍କ ନିଯୁକ୍ତି ସଙ୍କଟରେ ରହିଛି ।

କରୋନା ପ୍ରଭାବକୁ କମ୍ କରିବା ଲାଗି ମିଳିତ ହୋଇ ଯେଉଁ ଭଳି ଲଢିବାର ଆବଶ୍ୟକତା ରହିଛି ତାହା ଏବେ ଯଥେଷ୍ଟ ନୁହେଁ ବୋଲି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ପକ୍ଷରୁ  କୁହାଯାଇଛି। କରୋନା ଯୋଗୁ ଦାରିଦ୍ର‌୍ୟ ମଧ୍ୟ ବୃଦ୍ଧି ପାଇବ। ବିଶ୍ୱ ସ୍ତରରେ ଶ୍ରମିକମାନେ ୩.୪ ଲକ୍ଷ କୋଟି ଡଲାର ଆୟ ହରାଇବେ ବୋଲି ଏହାର ରିପୋର୍ଟରେ ଆକଳନ କରାଯାଇଛି। ନିଯୁକ୍ତି କମିବା ଦ୍ୱାରା ଲୋକଙ୍କ ଆୟରେ ହ୍ରାସ ଦେଖାଯିବ ବୋଲି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ କହିଛି।

Comments are closed.