Latest Odisha News

ଖେଲୋ ଇଣ୍ଡିଆ ୟୁଥ ମିଟ: ଓଡିଶାର ମୀନାଙ୍କୁ ସ୍ୱର୍ଣ୍ଣ

ବାଙ୍ଗାଲୋର: ଖେଲୋ ଇଣ୍ଡିଆ ୟୁଥ ମହିଳା ର‌୍ୟାଙ୍କିଙ୍ଗ ମିଟରେ ଓଡିଶାର ଲିଫ୍ଟର ମୀନା ସିଂ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ବାଙ୍ଗାଲୋରରେ ଅନୁଷ୍ଠିତ ମୁକାବିଲାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୪୫ କିଗ୍ରା ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି । ମୀନା ଭୁବନେଶ୍ୱର କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ସେ ଗତ ମାସରେ ପାଟନାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ମହିଳା ର‌୍ୟାଙ୍କିଙ୍ଗ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୪୦ କିଗ୍ରା ବିଭାଗରେ ଓଡିଶାର ଆଉ ଜଣେ ପ୍ରତିଭାବାନ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ରୌପ୍ୟ ପଦକ ହାସଲ କରିଛନ୍ତି ।

ସେ ଢେଙ୍କାନାଳର ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି । ପାଟନା ମିଟରେ ସେ ତାଙ୍କ ବିଭାଗରେ ଶେଷ୍ଠ ୱେଟଲିଫ୍ଟର ବିବେଚିତ ହୋଇଥିଲେ । ଓଡିଶା କ୍ରୀଡା ବିଭାଗ ପକ୍ଷରୁ ଏହି ଦୁଇ ପ୍ରତିଯୋଗୀତାଙ୍କୁ ଅଭିନନ୍ଦନ ଜଣାଯାଇଛି ।

Leave A Reply

Your email address will not be published.