Latest Odisha News

BREAKING NEWS

ରାଜଧାନୀରେ ଆରମ୍ଭ ହେବ ମାଇନିଙ୍ଗ୍ ଆଣ୍ଡ କନଷ୍ଟ୍ରକ୍ସନ୍ ଇକ୍ୟୁପମେଣ୍ଟ ସମ୍ମିଟ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ମାଇନିଙ୍ଗ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୟୁପମେଣ୍ଟ ସମ୍ମିଟ। Confederation of Indian Industry ବା ସିଆଇଇ ପକ୍ଷରୁ ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଖଣିଜ ସମ୍ପଦ ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା 200 ପ୍ରତିଷ୍ଠିତ ବିଶ୍ୱ ସ୍ତରୀୟ କମ୍ପାନୀରେ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା।
ସିଆଇଆଇ ପକ୍ଷରୁ ଓଡିଶାରେ ଏହି ସମ୍ମିଳନୀ ପ୍ରଥମ କରି କରାଯାଉଛି। ଓଡିଶା ବର୍ତ୍ତମାନ ପରିପ୍ରେକ୍ଷୀରେ ଖଣିଜ ସମ୍ପଦ କ୍ଷେତ୍ରରେ ଦ୍ରୁତ ବିକାଶ ହେଉଛି। ରାଜ୍ୟ ସରକାରଙ୍କ ପ୍ରମୁଖ ଉଦ୍ୟମ ଯୋଗୁଁ ସାରା ଭାରତରେ ଓଡ଼ିଶା ଦ୍ଵିତୀୟରେ ରହିଥିବା ବେଳେ ପ୍ରଥମରେ ରହିଛି ମହାରାଷ୍ଟ୍ର। ତେବେ ଏହି ସମ୍ମିଳନୀ ଦ୍ୱାରା ଖଣିଜ ସମ୍ପଦ ନିର୍ମାଣ ଓ ଅତ୍ୟାଧୁନିକ ଉନ୍ନତ ମାନର ବୈଷୟିକ ଯନ୍ତ୍ରପତି ଉପରେ ଓଡିଶା ଫୋକସରେ ରହିବ। ବିଶେଷ କରି ସ୍କିଲ ୱାର୍କରଙ୍କ କାର୍ଯ୍ୟାଶୈଳୀ, କେଉଁ ପଲିସି ଆବଶ୍ୟକ, ଆଧୁନିକ ଯନ୍ତ୍ରପାତି, ଟ୍ରେନିଂ ଉପରେ ବିଶେଷ ଭାବେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ମେକ ଇନ୍ ଓଡିଶା କାର୍ଯ୍ୟକ୍ରମ ଜରିଆରେ ସାରା ବିଶ୍ୱରେ ଓଡିଶା ସରକାର ବେଶ୍ ସୁନାମ ଅଣିଥିବାରୁ ଏହି ସମ୍ମିଳନୀ ଓଡିଶା ଉପରେ ବେଶ ପ୍ରଭାବ ପକାଇବ ବୋଲି ଶିଳ୍ପ ସଚିବ ଓ ଆୟୋଜକ ସୂଚନା ଦେଇ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ CII ର ଅଧ୍ୟକ୍ଷ ବିବେକ ଭାଟିଆ, CII ରେ ଷ୍ଟଟ କାଉନସିଲ ଅଧ୍ୟକ୍ଷ ଶଶୀ ଶେଖର ମହାନ୍ତି, ଉପାଧ୍ୟାକ୍ଷ ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ଥିଲେ।

Comments are closed.