ଭୁବନେଶ୍ଵର: ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି । ଯାହା ପାଖରେ ପ୍ରମାଣ ଅଛି ସେ କୋର୍ଟ ଯାଆନ୍ତୁ । ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଅଛି ତେବେ କୋର୍ଟକୁ ଯିବାକୁ ଚ୍ୟାଲେଞ୍ଜ କରିଛନ୍ତି ଦିବ୍ୟଶଙ୍କର । ଯଦି ଅଭିଯୋଗ ପ୍ରମାଣିତ କରିଦିଅ ତେବେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜନୀତି ଛାଡି ଦେବି ବୋଲି ଖୋଲାଖୋଲି ଭାବେ ଗଣମାଧ୍ୟମ ସାମନାରେ କହିଛନ୍ତି ।
ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ମଧ୍ୟ ଉଠିଛି । କେବଳ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରି ପୋଲିସ ପ୍ରଶାସନ ଓ ସରକାର ପକ୍ଷରୁ ଆଉ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ତାତି ଉଠିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅନ୍ୟପଟେ ବିଜେଡି ସରକାର ଉପରେ ଚାପ ବଢିବାରେ ଲାଗିଛି ।
ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଅ ବୋଲି ଦିବ୍ୟଶଙ୍କର ବିରୋଧୀ ଦଳ ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ବୋଲି ଦିବ୍ୟଶଙ୍କର କହିଛନ୍ତି ।
Comments are closed.