Latest Odisha News

BREAKING NEWS

କଟକ ସହର ସମେତ ଜଗତସିଂହପୁର ଜିଲ୍ଲାବାସୀଙ୍କ ଦୂରହେବ ଟ୍ରାଫିକ୍‌ ସମସ୍ୟା

କଟକ: କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାର ହେବ ସମାଧାନ । ଏନେଇ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ ।

ନୂଆବଜାର ଛକରୁ ପ୍ରେସ୍‌ ଛକକୁ ସଂଯୋଗ କରୁଥିବା ୫୧୧ମିଟର ଦୈର୍ଘ୍ୟବିଶିଷ୍ଟ ଏହି ସେତୁ ଦ୍ୱାରା ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ, କର୍ମଜୀବୀ, ରୋଗୀ, ବରିଷ୍ଠ ନାଗରିକଙ୍କ ଗମନାଗମନ ସୁଗମ କରିବା ସହ ବ୍ୟବସାୟିକ କାରବାରକୁ ସହଜ କରିବ । ଏହି ସେତୁ ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ ।

ଏହି ସେତୁର ଉଦଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ, ଉଚ୍ଚ ମାନର ଓ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଜରିଆରେ ରାଜ୍ୟର ବିକାଶକୁ ଆଗେଇ ନେବାଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ । ବର୍ତ୍ତମାନ ଓଡ଼ିଶା ସମଗ୍ର ଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ଏହିଭଳି ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ପ୍ରତ୍ୟେକ କୋଣର ଲୋକଙ୍କୁ ପରସ୍ପର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

Leave A Reply

Your email address will not be published.