Latest Odisha News

BREAKING NEWS

+୨ ପ୍ରଥମ ବର୍ଷରେ ସିଟ୍ ସମସ୍ୟା ହେବନି, ଆବଶ୍ୟକ ହେଲେ ବଢ଼ିବ ସିଟ୍

ଭୁବନେଶ୍ୱର: କରୋନା ଯୋଗୁ ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇନି । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ୯୭ ପ୍ରତିଶତରୁ ଅଧିକ ପାସ୍ ହାର ଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିସନରେ ସମସ୍ୟା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି । ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ଅଛି । ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବର୍ତ୍ତମାନ ରାଜ୍ୟରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ୬ ଲକ୍ଷ ୩ହଜାର ୧୧୩ ସିଟ ଅଛି । କଲେଜକୁ ଆଧାର କରି ଆବଶ୍ୟକ ହେଲେ ସିଟ୍ ସଂଖ୍ୟା ବୃଦ୍ଧି ହେବ । ଏଥିସହ ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି । ପୂର୍ବରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ କରିବାକୁ ଘୋଷଣା କରିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

Leave A Reply

Your email address will not be published.