Latest Odisha News

ଜାତୀୟ କ୍ରୀଡା ପୁରସ୍କାର ଆବେଦନ ଜୁନ ୨୨କୁ ଘୁଂଚିଲା, ଆଥଲେଟ ନିଜ ନାମ ସୁପାରିଶ କରିପାରିବେ

ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଜାତୀୟ କ୍ରୀଡା ପୁରସ୍କାର ଅବେଦନ ତାରିଖକୁ ଜୁନ ୨୨ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ସବୁଠାରୁ ବଡ କଥା ଖେଳାଳିମାନଙ୍କୁ ବିଶେଷ ଅଧିକାର ଦେବା ସହ ସେମାନେ ନିଜ ନାମ ସୁପାରିଶ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କରୋନା ଲକଡାଉନ ଯୋଗୁ କର୍ତୃପକ୍ଷଙ୍କଠାରୁ ସୁପାରିଶ ଆଣିବାରେ ଖେଳାଳିମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯିବ । ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଇଥାଏ ।

Comments are closed.