Latest Odisha News

BREAKING NEWS

ନିୟମ ବଦଳାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ, ଏବେ ଏହି ରାଙ୍କର ଅଧିକାରୀ ହୋଇପାରିବେ CDS

ନୂଆଦିଲ୍ଲୀ: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରଣାଳୟ । ଲେଫ୍ଟିନେଣ୍ଟ ଜେନେରାଲ କିମ୍ବା ସମକକ୍ଷ ପଦବୀରେ ରହିଥିବା ଅଧିକାରୀଙ୍କୁ ସିଡିଏସ୍ ପଦ ଲାଗି ବିଚାରକୁ ନିଆଯାଇ ପାରିବ । ଏପରିକି ଲେଫ୍ଟିନେଣ୍ଟ ଜେନେରାଲ୍ ପଦରୁ ଅବସର ନେଇଥିବା ଅଧିକାରୀଙ୍କୁ ବିଚାରକୁ ନିଆଯାଇ ପାରିବ । ତେବେ ନିଯୁକ୍ତି କ୍ଷେତ୍ରରେ ବୟସ ୬୨ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ ।

ନୂଆ ନିୟମ ବଳରେ କେନ୍ଦ୍ର ସରକାର ଯେତେବେଳେ ବି ଚାହିଁବେ ଲେଫ୍ଟିନେଣ୍ଟ ଜେନେରାଲ୍ ରାଙ୍କ କିମ୍ବା ଅବସର ନେଇଥିବା ସେନା ଅଧିକାରୀଙ୍କୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦରେ ନିଯୁକ୍ତି ଦେଇପାରିବେ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ଥଳ, ବାୟୁ ଓ ନୌସେନା ସର୍ଭିସ୍ ନିୟମରେ ପରିବର୍ତ୍ତନ କରିଛି ।

୬୨ ବର୍ଷ ବୟସ ସୀମା ଧାର୍ଯ୍ୟ ଦ୍ୱାରା ସିଡିଏସ୍ ରେସ୍ ଦୌଡ଼ରୁ ବାଦ ପଡ଼ିଛନ୍ତି ତିନିସେନାର ମୁଖ୍ୟ । କାରଣ ତିନି ସେନାର ମୁଖ୍ୟ ୬୨ ବର୍ଷ ବୟସରେ ଅବସର ନେଇଥାନ୍ତି । ତିନି ଷ୍ଟାର ପାଇଥିବା ଲେଫ୍ଟିନାଣ୍ଟ ଜେନେରାଲ୍, ଭାରତୀୟ ବାୟୁସେନାର ଏୟାର ମାର୍ଶଲ ଏବଂ ନୌସେନାର ଭାଇସ୍ ଆଡମିରାଲ୍ ୬୨ ବର୍ଷ ପୂର୍ବରୁ ଅବସର ନେଲେ ସିଡିଏସ୍ ନିଯୁକ୍ତ ହୋଇପାରିବେ । ଗତବର୍ଷ ଡିସେମ୍ବରରେ ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ନିଧନ ହେଲିକପ୍ଟର ଦୁର୍ଘଟଣାରେ ହେବା ପରେ ପଦ ଖାଲି ପଡ଼ିଛି ।

Leave A Reply

Your email address will not be published.