Latest Odisha News

ସମସ୍ତ କାର୍ଯ୍ୟକ୍ଷମ କେଜିଭିବି ଏବଂ ହଷ୍ଟେଲରେ ହେବ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍

ନୂଆଦିଲ୍ଲୀ: ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସୁଦୃଢ଼ କରିବା ଏବଂ ସେମାନଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ପାଇଁ ସମସ୍ତ କାର୍ଯ୍ୟକ୍ଷମ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି) ଏବଂ ହଷ୍ଟେଲରେ ସମଗ୍ର ଶିକ୍ଷା ନିୟମ ଅନୁଯାୟୀ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ଦ୍ୱାରା ବର୍ତ୍ତମାନର ଡିଜିଟାଲ ବିଭାଜନ ମଧ୍ୟ ଦୂର ହେବ। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୨୯୦ କୋଟି ଟଙ୍କା ବ୍ୟୟ ଅଟକଳରେ କେଜିବିଭିର ୭ ଲକ୍ଷ ଝିଅ ଉପକୃତ ହେବେ।

କେଜିବିଭିରେ ଝିଅମାନଙ୍କୁ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ କାରଣ କେଜିବିଭିର ଛାତ୍ରଛାତ୍ରୀମାନେ ଅବହେଳିତ ପୃଷ୍ଠଭୂମିରୁ ଆସିଥାନ୍ତି ଏବଂ ଦୂରତା, ସାଂସ୍କୃତିକ ନିୟମ ଏବଂ ନିରାପତ୍ତା ଚିନ୍ତା ସମେତ ଶିକ୍ଷା ପାଇବାରେ ବିଭିନ୍ନ ବାଧାର ସମ୍ମୁଖୀନ ହୁଅନ୍ତି । ଡିଜିଟାଲ ସାକ୍ଷରତାର ଉପଲବ୍ଧତା ସେମାନଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ଡିଜିଟାଲ ବିଭାଜନକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ ।

କେଜିବିଭି ହେଉଛି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି, ଜନଜାତି, ଓବିସି, ସଂଖ୍ୟାଲଘୁ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ଭଳି ଅବହେଳିତ ବର୍ଗର ଝିଅମାନଙ୍କ ପାଇଁ ଆବାସିକ ବିଦ୍ୟାଳୟ । ଏହି ଝିଅମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଏବଂ ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ଲିଙ୍ଗଗତ ବ୍ୟବଧାନ କୁ ହ୍ରାସ କରିବା ଉଦ୍ଦେଶ୍ୟରେ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବ୍ଲକଗୁଡିକରେ କେଜିବିଭି ସ୍ଥାପନ କରାଯାଇଛି । ବର୍ତ୍ତମାନ ଦେଶର ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୫୧୧୬ କେଜିବିଭି କାର୍ଯ୍ୟକରୁଛି।

 

Leave A Reply

Your email address will not be published.