Latest Odisha News

BREAKING NEWS

ମିଶନ ବାତ୍ସଲ୍ୟ ଯୋଜନା : ଶିଶୁଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ:  ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି ।  ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍‌) ଯୋଜନା ଥିଲା । ମିଶନ ବାତ୍ସଲ୍ୟର ଉଦ୍ଦେଶ୍ୟ ହେଉଛି, ଦେଶର ପିଲା ମାନଙ୍କ ପାଇଁ ସ୍ଥାୟୀ ଭିତିରେ ଏକ ସୁସ୍ଥ ଏବଂ ସୁଖମୟ ପିଲାଦିନ ସୁନିଶ୍ଚିତ କରିବା ।

ଶିଶୁମାନଙ୍କ ପୂର୍ଣ୍ଣ ସାମର୍ଥ୍ୟକୁ ଆବିଷ୍କାର କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ସବୁ ପ୍ରକାର ଅଭିବୃଦ୍ଧି ସୁରକ୍ଷା ନିମନ୍ତେ ସହାୟତା ପ୍ରଦାନ କରିବା । ଶିଶୁ ମାନଙ୍କର ବିକାଶ ନିମନ୍ତେ ଏକ ସମ୍ବେଦନଶୀଳ , ସହାୟକ, ଏବଂ ସମକାଳୀନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ଜନାଦେଶକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ ମାନଙ୍କୁ/ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସହାୟତା କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)କୁ ପ୍ରାପ୍ତ କରିବା ଆଦି ମଧ୍ୟ ଏହି ମିଶନରେ ଅନ୍ତର୍ଭୁକ୍ତ ।

ମିଶନ ବାତ୍ସଲ୍ୟ କଠିନ ପରିସ୍ଥିତି ଗୁଡିକରେ ଶିଶୁ ମାନଙ୍କର ପରିବାର – ଆଧାରିତ ଓ  ଅଣ – ଆନୁଷ୍ଠାନିକ ଯତ୍ନକୁ ପ୍ରୋତ୍ସାହିତ କରିଥାଏ ।ଭାରତର ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସୁସ୍ଥ ଏବଂ ସୁଖୀ ପିଲାଦିନ ସୁରକ୍ଷିତ କରିବାକୁ, ସେମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ଆବିଷ୍କାର କରିବାକୁ ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ସୁଯୋଗ ନିଶ୍ଚିତ ପ୍ରଦାନ କରିଥାଏ ।

 

Leave A Reply

Your email address will not be published.