Latest Odisha News

BREAKING NEWS

ଗେମ୍‌ ଚ୍ୟାଲେଞ୍ଜରେ ହାରିଯିବାରୁ ଜୀବନ ହାରିଲା ନାବାଳକ!

ଭୁବନେଶ୍ୱର: ଅନଲାଇନ୍ ଗେମ୍‌ ହେଲା କାଳ। ଅନଲାଇନ୍ ଗେମ୍‌ ଚ୍ୟାଲେଞ୍ଜ ଯୋଗୁ ଚାଲିଗଲା ଆଉ ନାବାଳକର ଜୀବନ । ସୋମବାର ରାତିରେ ରାଜଧାନୀରେ ଏକ ଅନଲାଇନ୍ ଗେମ୍‌ରେ ହାରିଯିବା ପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ନାବାଳକ ଜଣକ ହେଉଛନ୍ତି ସତ୍ୟନଗର ରାଜକୁମାର ବସ୍ତିର ଦିଲୀପଙ୍କ ପୁଅ ଜସୱନ୍ତ ରାଉତରାୟ।

ସୂଚନା ଅନୁଯାୟୀ, ଅନଲାଇନ୍ କ୍ଲାସ ପାଇଁ ପୁଅର ପିତାମାତା ତାଙ୍କୁ ମୋବାଇଲ୍ ଫୋନ୍ ଦେଇଥିଲେ। ମଙ୍ଗଳବାର ରାତିରେ ଜସୱନ୍ତ ଖାଇସାରି ଶୋଇବାକୁ ଯାଇଥିଲା।

ସକାଳେ, ଯେତେବେଳେ ପରିବାର ସଦସ୍ୟ କବାଟ ଖୋଲିଲେ ସେତେବେଳେ ଜସୱନ୍ତଙ୍କୁ ଛାତ ସିଲିଂରେ ଝୁଲୁଥିବାର ଦେଖିବାକୁ ପାଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଅନ୍‌ଲାଇନ୍‌ ଗେମ୍‌ ଆତ୍ମହତ୍ୟା ପଛର କାରଣ ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.