କୋରାପୁଟ:ଗୁରୁବାର ରାତି ପ୍ରାୟ ୪ଟାର ଘଟଣା । ଚାରିଆଡ ମିଞ୍ଜି ମିଞ୍ଜି ଅନ୍ଧାର । ନାବାଳକ ଜଣେ ବୁଲୁଥିଲେ ରେଲୱେ ଟ୍ରାକରେ । ହଠାତ୍ ମାଡି ଆସିଲା ଯନ୍ତ୍ର ଦାନବ । ପିଟିଦେଲା ନାବାଳକଙ୍କୁ । କିଛି ବୁଝିବା ପୂର୍ବରୁ ଛିଟିକି ପଡି ଦୂରରେ ପଡିଲେ ନାବାଳକ । ଏମିତି ଘଟଣା ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ।
ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟରେ ମାଲ୍ବାହୀ ଟ୍ରେନ ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ନାବାଳକ ଜଣକ କିଏ ଏବଂ ଏ ଅନ୍ଧାର ରାତିରେ ରେଳ ଧାରଣାରେ କାହିଁକି ବୁଲୁଥିଲେ ତାହା ଜଣା ପଡିନାହିଁ ।
ନାବାଳକ ଜଣକ ରେଳଧାରଣାରେ ବୁଲୁଥିବା ବେଳେ ରାତି ପ୍ରାୟ ୪ଟା ସମୟରେ କୁସୁମଗୁଡ଼ା ଗାଁ ନିକଟ ଟ୍ରେନ ଲାଇନରେ ଟ୍ରେନ୍ ଗତି କରୁଥିଲା। ଉକ୍ତ ସମୟରେ ନାବାଳକଜଣକ ଟ୍ରାକ୍ରେ ଥିବା ବେଳେ ଟ୍ରେନ୍ଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଲକ୍ଷ୍ମୀପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

Comments are closed.